ଭୁବନେଶ୍ୱର ୦୭।୧୧: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ମହେଶ୍ୱର ମହାନ୍ତିଙ୍କ ଦେହାନ୍ତରେ ପୁରା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଖବର ଅନୁଯାୟୀ, ନଭେମ୍ବର ୦୧ ତାରିଖରୁ ଅସୁସ୍ଥ ଥିଲେ ମହେଶ୍ୱର ମହାନ୍ତି । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଶେଷରେ ବୁଧବାର ଭୋର ୩ ଟା ୨୫ ମିନିଟରେ ମହେଶ୍ୱର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା ।
wp:html /wp:htmlତେବେ ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ମହେଶ୍ୱର ମହାନ୍ତି । ଏପିରିକି ପୁରୀ ବିଧାନସଭା କ୍ଷେତ୍ରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୧୯୯୫ରୁ ୨୦୧୪ ଯାଏଁ ପୁରୀରୁ ପ୍ରତିନିଧିତ୍ବ କରିଥିଲେ । ସେହିପରି ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ନବୀନ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ତାଙ୍କ ମନ୍ତ୍ରୀ ଥିବା ସମୟରେ ଅନେକ ଯୁଗାନ୍ତକାରୀ ଯୋଜନା ଆଣିଥିଲେ ।
ସେପଟେ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ପୁରା ପୁରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖାସ୍ କରି ପରିବାର ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମହେଶ୍ୱର ମହାନ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଛି ।
wp:embed {"url":"https://www.prameyanews7.com/kuldeep-yadav-completes-250-international-wickets/","type":"wp-embed","providerNameSlug":"prameya-news-7"} /wp:embed