କର୍ମଚାରୀଙ୍କ କାର୍ଯ୍ୟବନ୍ଦ, ନେତାଜୀ ବସ୍ ଟର୍ମିନାଲରେ ରକ୍ଷଣାବେକ୍ଷଣ ଠପ୍

Published By : Prameya-News7 Bureau | February 18, 2025 IST

କଟକ ୧୮/୦୨: କଟକ ନେତାଜୀ ବସ୍ ଟର୍ମିନାଲରେ ରକ୍ଷଣାବେକ୍ଷଣ ଠପ୍ । ଫଳରେ ଯାତ୍ରା ହନ୍ତସନ୍ତ ଦେଖିବାକୁ ମିଳିଛି । କାରଣ ମେଣ୍ଟେନାନ୍ସ ସେବାରେ ଥିବା ଵିଭିଜି ସଂସ୍ଥାର କର୍ମଚାରୀ ମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ନେତାଜୀ ବସ୍ ଟର୍ମିନାଲରେ ରକ୍ଷଣାବେକ୍ଷଣ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। 

ସୂଚନା ଥାଉକି, ପ୍ରାୟ ଦେଢ ଶହ କର୍ମଚାରୀ ଵସ୍ ଟର୍ମିନାଲରେ ପ୍ରଵେଶ, ପ୍ରସ୍ଥାନ ପଥରେ ଯାଞ୍ଚ,ଟିକେଟ ଵୁକିଂ,ପ୍ରଵେଶ ପ୍ରସ୍ଥାନରେ ଗାଡି ନିୟନ୍ତ୍ରଣ, ଶୌଚାଳୟ ସଫାସୁତୁରା ଓ ଆହାର କେନ୍ଦ୍ରର ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି । ମାତ୍ର ସମ୍ପୃକ୍ତ ସଂସ୍ଥା କର୍ମଚାରୀ ମାନଙ୍କୁ ନିୟମିତ ଭାବେ ଦରମା, ପ୍ରୋଭିଡେଣ୍ଟ ଫଣ୍ଡ,ଇଏସ୍ ଆଇ ଓ ଗ୍ରାଚ୍ୟୁଟି ଆଦି ଦେଉନଥିବା ଅଭିଯୋଗ କରି ଆଜି କର୍ମଚାରୀ ମାନେ କାର୍ଯ୍ୟ ଵନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.