ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | June 21, 2025 IST

ଜଳେଶ୍ବର ୨୧।୬: ପରକୀୟା ପ୍ରୀତିରୁ କରୁଣ ପରିଣତି । ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମପଞ୍ଚାୟତ ଅଗ୍ରୱାଲା ଛକ ଅଞ୍ଚଳରୁ । ସ୍ତ୍ରୀ ଓ ପ୍ରେମିକକୁ ଅଟକ ରଖିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ପ୍ରେମିକକୁ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ ଶବ ଜବତ କରି ତଦନ୍ତ ଜାରି ରଖିଛି । ମୃତକ ହେଲେ ରମାକାନ୍ତ ଘୋଷ । ଅଟକ ଯୁବକ ଜଣକ ହେଲେ ମାନସ ଘୋଷ । 

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମପଞ୍ଚାୟତ ଅଗ୍ରୱାଲା ଛକ ଠାରେ ରମାକାନ୍ତ ଘୋଷ ଏକ ଚା’-ପାନ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଶନିବାର ସକାଳ ସମୟରେ ରମାକାନ୍ତଙ୍କ ମୃତଦେହ ଘର ଭିତରେ ଏକ ରଶିରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ରମାକାନ୍ତଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ ମାନସ ଘୋଷ ସହ ମିଶି ସ୍ୱାମୀକୁ ମାରି ରଶିରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଉଭୟ ରମାକାନ୍ତଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ସନ୍ଦେହ କରି ଗ୍ରାମବାସୀ ସ୍ତ୍ରୀ ଜାହ୍ନବୀ ଓ ପ୍ରେମିକ ମାନସକୁ ଅଟକ ରଖିଥିଲେ । 

ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ପ୍ରେମିକ ମାନସ ଘୋଷକୁ ଅଟକ ରଖି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।


You Can Read:

ଭୁବନରେ ଡାଇରିଆ ଆତଙ୍କ : ମେଡିକାଲରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ କଂଗ୍ରେସ ଟିମ୍

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.