ବିଜେପିରୁ ଇସ୍ତଫା ଦେଲେ ମଣ୍ଡଳ ସଭାପତି ନିର୍ମଳ କୁମାର

Published By : Prameya-News7 Bureau | May 05, 2024 IST

ଆଠଗଡ ୫।୫: ଆଠଗଡ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳରୁ ଇସ୍ତଫା ଦେଲେ ୩ ନମ୍ବର ଜୋନ ଘଣ୍ଟିଖାଲ ମଣ୍ଡଳ ସଭାପତି ନିର୍ମଳ କୁମାର । ଗତ କିଛି ଦିନ ତଳେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଜେପିର ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ରାଜ୍ୟ ଦଳୀୟ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ। ଦଳର ସଭାପତି ବିଜେପି ପ୍ରାର୍ଥୀଙ୍କ ନାମରେ ୧୩ରୁ ଉର୍ଦ୍ଧ୍ବ ମୋକଦ୍ଦମା ରହିଥିଲେ ମଧ୍ୟ ଜାଣି ଦଳ ତାହାଙ୍କୁ ପ୍ରାର୍ଥୀ ଟିକେଟ୍ ଦେଇଥିବାରୁ ଏହାକୁ ସେ ବିରୋଧ କରି ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ମଣ୍ଡଳ ସଭାପତି ନିର୍ମଳ କୁମାର। ତାଙ୍କ ସହ କନ୍ଦରପୁର ଗାଁର ବିଜେପି ସଭାପତି ଏବଂ ୧୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ରବିବାର ଧୁଡୁକୁଡିଆ ଗାଁରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ନିର୍ମଳ କୁମାର। ପୂର୍ବରୁ ଦୁଇ ଜଣ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ।

You Can Read :

ଟ୍ରକ୍‌ ସହ ସ୍କୁଟି ଧକ୍କା, ଚାଲିଗଲା ଦୁଇ ଜଣଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.