ଚଳିତଥରର ବାଲିଯାତ୍ରା; କାହା ପାଇଁ ମଜା ଆଉ କାହା ପାଇଁ ନିରାଶା

Published By : Prameya-News7 Bureau | November 23, 2024 IST

କଟକ23/11 : ମହାନଦୀ ବାଲିପଠାରେ ଚାଲିଛି ବିଶ୍ୱର ପ୍ରସିଦ୍ଧ ଯାତ୍ରା।  ବାଲି ପଠାରେ ଭଳି କି ଭଳି ଦୋକାନ ସହ ଖାଇବାର ଭେରାଇଟି। ଲେଜର ଲାଇଟ୍ ଶୋକୁ ଅନ୍ୟପଟେ ରଙ୍ଗାରଙ୍ଗ୍ କାର୍ଯ୍ୟକ୍ରମ। ଓଲିଉଡ୍ ଓ ବଲିଉଡ୍ କଳାକାରଙ୍କ ଗୀତରେ କମ୍ପୁଛି ପଡ଼ିଆ।  ଖେଳନାଠୁ ନେଇ ଘର ସାମଗ୍ରୀ ଓ ଘର ସାଜ୍ଜସଜ୍ଜା ଜିନିଷ ପର୍ଯ୍ୟନ୍ତ ସବୁର ଆସର ଜମିଛି। ତେବେ କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରର ବ୍ୟବସାୟୀ ମଧ୍ୟ ଏଠାକୁ ଭଲ ବ୍ୟବସାୟ ଆଶା ନେଇ ଆସିଛନ୍ତି। କିନ୍ତୁ ବଡ଼ କଥା ହେଉଛି ବାଲିଯାତ୍ରା ବୁଲିବାକୁ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ସତ। କିନ୍ତୁ ସେମାନଙ୍କୁ ହେବାକୁ ପଡ଼ିଛି ନିରାଶ।

ସ୍ଥାନ ଗୋଟିଏ କିନ୍ତୁ ସମସ୍ତଙ୍କ ରୋଜଗାର ଭିନ୍ନ ଭିନ୍ନ। ତେବେ ଏଠି ପ୍ରଶ୍ନ ଉଠୁଛି ବଡ଼ ବଡ଼ ଦୋକାନ ଆଗରେ ମାଡ଼ ଖାଇଯାଉଛି ଛୋଟ ଦୋକାନ। ଆମେ ଏଠି ଏହା ଏଥିପାଇଁ କହୁଛୁ ଯେ, କିଛି ଦୋକାନୀଙ୍କ ଆଶା ଚଳିତ ଥର ନିରାଶାରେ ପରିଣତ ହୋଇଛି।  ଭଲ ବେପାର ନାହିଁ କି ତାଙ୍କର ଲାଭ ଉଠିବାରେ ନାହିଁ। ଏମିତି କିଛି କହିଛନ୍ତି ଓଡ଼ିଶା ବାହାରୁ ଆସିଥିବା କିଛି ବ୍ୟବସାୟୀ। 


ଆଖିରେ ଆଖିଏ ଆଶା। ମନରେ ଉତ୍ସାହ,  ମୁଁ ଆଣିଥିବା ଜିନିଷ ନିଶ୍ଚୟ ବିକ୍ରି ହେବ। ଦେଖୁ ନାହାନ୍ତି ଏହି ବୁଢ଼ା ମଉସାଙ୍କୁ। ସେ ବି କିଛି ଏମିତି ଭାବିଚିନ୍ତି ବସିଛନ୍ତି ବାଲିଯାତ୍ରା ପଡ଼ିଆରେ। କାହିଁକିନା ପରିବାର ଚଳେଇବାକୁ ଇଏ ହିଁ ତ ତାଙ୍କର ଏକମାତ୍ରା ମାଧ୍ୟମ। କିନ୍ତୁ ସେ ବି ନିରାଶ। ତଥାପି ମନୋବଳ ଭାଙ୍ଗିନି। 

ଚଳିତ ବାଲିଯାତ୍ରା ଏପର୍ଯ୍ୟନ୍ତ କେବଳ ଓଡ଼ିଶା ବାହାରର ନୁହେଁ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବ୍ୟବସାୟୀଙ୍କୁ କରିଛି ନିରାଶ। ତଥାପି ଆଶା ରହିଛି ଆଗକୁ ଭଲ ବ୍ୟବସାୟ ହେବ। କାହିଁକିନା ଆଶା ଏହି ଐତିହାସିକ ଯାତ୍ରା କାହାକୁ କରିବନି ନିରାଶ।  

Also Read- ବାଲିଯାତ୍ରାରେ ମୋ ପସନ୍ଦ ଟିକେ ରୁହନ୍ତୁ, ଯେଉଁଠି ଅଟକି ଯାଏ ପାଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.