ସେୟାର ବଜାରରେ ବ୍ଲାକ୍ ଫ୍ରାଇଡେ’, ସେନସେକ୍ସରେ ୧୦୧୭ ପଏଣ୍ଟ ହ୍ରାସ, ୨୪୯୦୦ ତଳକୁ ଖସିଲା ନିଫ୍ଟି

Published By : Prameya-News7 Bureau | September 06, 2024 IST

ନୂଆଦିଲ୍ଲୀ: ସପ୍ତାହର ଶେଷ କାରବାର ଦିନ ଶୁକ୍ରବାର ଭାରତୀୟ ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ଧରାଶାୟୀ ହୋଇଛି । ବୈଶ୍ୱିକ ଦୁର୍ବଳ ସଂକେତ ମଧ୍ୟରେ ସେପ୍ଟେମ୍ୱର ୬ରେ ଭାରତୀୟ ସେୟାର ମାର୍କେଟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ସେନସେକ୍ସ ୧୦୧୭ ପଏଣ୍ଟ ଖସି ୮୧,୧୮୪ ସ୍ତରରେ ବନ୍ଦ ହୋଇଛି । ସେହିପରି ନିଫ୍ଟି ୨୯୩ ଅଙ୍କ ହ୍ରାସ ପାଇଁ ୨୪୮୫୨ ସ୍ତରରେ ବନ୍ଦ ହୋଇଛି । 

ସେୟାର ବଜାରରେ ଆଜିର ହ୍ରାସ ଯୋଗୁଁ ନିବେଶକଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି । ଆଜି ଗୋଟିଏ ଦିନରେ ନିବେଶକଙ୍କୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି । ବିଏସଇରେ ସୂଚୀବଦ୍ଧ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜି ହ୍ରାସ ପାଇ ୪୬୦.୫୯ ଲକ୍ଷ କୋଟି ଟଙ୍କ ହୋଇଛି, ଯାହା ଗୋଟିଏ ଦିନ ପୂର୍ବେ ସେପ୍ଟେମ୍ୱର ୫ରେ ୪୬୫.୬୮ ଲକ୍ଷ କୋଟି ଟଙ୍କା ଥିଲା । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ଆରଆଇଏଲ୍ ସେୟାର ନିଫ୍ଟିରେ ସବୁଠୁ ଅଧିକ ହ୍ରାସ ପାଇଛି ।

ଆମେରିକୀରେ ଆଜି ସଂଧ୍ୟାରେ ରୋଜଗାର ସହ ଏକ ଗୁରୁତ୍ୱପୂର୍ଣ୍ଣ ଡାଟା ଆସିବା ଆସିଛି । ଏହି ଡାଟାର ପ୍ରଭାବ ଫେଡ୍‌ର ସୁଧ ହାର ସହ ଜଡ଼ିତ ନିଷ୍ପତ୍ତି ଉପରେ ଦେଖିବାକୁ ମିଳିପାରେ । ଫେଡରାଲ୍ ରିଜର୍ଭର ଚଳିତ ମାସରେ ବୈଠକ ହେବାର ଅଛି । ଏହା ପୂର୍ବରୁ ନିବେଶକ ସତର୍କ ହେଉଥିବା ଦେଖିବାକୁ ମିଳୁଛି । ଏହି ସତର୍କତା ପଛରେ ଗୋଟିଏ କାରଣ ଏହା ବି ଯେ ନିକଟରେ ଆମେରିକୀୟ ଅର୍ଥନୀତି ସହ ଜଡ଼ିତ ଅନେକ ଡାଟା ଯୋଗୁଁ ଘରୋଇ ପୁଞ୍ଜି ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା । ଏପରି ସ୍ଥିତିରେ ନିବେଶକ ନୂଆ ପୋଜିସନ ନେବାଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.