ମୁମ୍ଵାଇ ୧୩।୧୦: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ତଥା ଫ୍ୟାଶନ ଡିଜାଇନର୍ ମସାବା ଗୁପ୍ତା। ତାଙ୍କ ଘରେ ଏବେ ଖୁସିର ମାହୋଲ । ସେ ଏବେ ମାଆ ହୋଇଛନ୍ତି। ଏନେଇ ମସାବା ସ୍ୱାମୀ ସତ୍ୟଦୀପ ମିଶ୍ରାଙ୍କ ସହ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଏହି ପୋଷ୍ଟରେ ତାଙ୍କ ଝଲକ ମଧ୍ୟ ଦେଖାଇଛନ୍ତି।
ମସାବା ପୋଷ୍ଟ କରି ଲେଖିଥିଲେ - ଅକ୍ଟୋବର ୧୧, ୨୦୨୪ରେ, ଆମେ ଆମର ଶିଶୁ କନ୍ୟାକୁ ସ୍ୱାଗତ କରିଛୁ। ଏହା ସହିତ ସେ ନିଜ ଝିଅର ପାଦର ଝଲକ ମଧ୍ୟ ଦେଖାଇଥିଲେ। ସମସ୍ତ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ମସାବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ମସାବାଙ୍କ ପୋଷ୍ଟ ଭାଇରାଲ ହୋଇଛି।
ସେଲିବ୍ରେଟିମାନେ ମସାବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି
କମେଣ୍ଟ ଦେଇ ଅଭିନେତ୍ରୀ ବିପାଶା ଲେଖିଛନ୍ତି - ଅଭିନନ୍ଦନ । ସ୍ମୃତି ଇରାନୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍, ହୁମା କୁରେଶି, ବାଣୀ କପୁର, ସୋନାଲି ବେନ୍ଦ୍ରେ, ଦିଆ ମିର୍ଜା, ଶିଳ୍ପା ଶେଟ୍ଟୀ, ଅନୁଷ୍କା ଶର୍ମା ଭଳି ତାରକାମାନେ ମସାବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମସାବ ଗୁପ୍ତା କେବେ ବିବାହ କରିଥିଲେ?
ମସାବା ଏବଂ ସତ୍ୟଦୀପଙ୍କ ବିଷୟରେ କଥାବାର୍ତ୍ତା କଲେ ସେମାନେ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ସେମାନଙ୍କର ବିବାହ କୋର୍ଟରେ ହୋଇଥିଲା। ପରେ ଏକ ପାର୍ଟି ଦେଇଥିଲେ । ମସାବାଙ୍କ ପିତାମାତା ନୀନା ଗୁପ୍ତା ଏବଂ ଭିଭିଆନ ରିଚାର୍ଡସ ମଧ୍ୟ ଏହି ବିବାହର ଏକ ଅଂଶ ଥିଲେ। କହିବାକୁ ଲେ ଯେ ସତ୍ୟଦୀପଙ୍କ ସହ ଏହା ମସାବାଙ୍କର ଦ୍ୱିତୀୟ ବିବାହ । ଏହାପୂର୍ବରୁ ସେ ନିର୍ମାତା ମଧୁ ମଣ୍ଟେନାଙ୍କୁ ବିବାହ କରିଥିଲେ। ଏହା ମଧ୍ୟ ସତ୍ୟଦୀପଙ୍କର ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ବିବାହ ଅଦତି ରାଓ ହାଇଦରୀଙ୍କ ସହ ହୋଇଥିଲା।