ସରକାରୀ ଚାକିରିଆଙ୍କ ମୁଣ୍ଡରେ ଛଟେଇ ଖଣ୍ଡା; ବିଦା ହେବେ ୧୦ହଜାର କର୍ମଚାରୀ

Published By : Prameya-News7 Bureau | February 15, 2025 IST

ନୂଆଦିଲ୍ଲୀ: ଆମେରିକାରେ ବଡ଼ ଧରଣର ଛଟେଇ । ଚିନ୍ତାରେ ୧୦ ହଜାର ସରକାରୀ କର୍ମଚାରୀ । ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ସଂଘୀୟ ସରକାରୀ କର୍ମଚାରୀଙ୍କ ଉପରେ ବଜ୍ର ପଡ଼ିଛି । ଟ୍ରମ୍ପ ଏବଂ ତାଙ୍କ ସହଯୋଗୀ ଏଲନ ମସ୍କ ମିଶି ଗୋଟିଏ ଦିନ ୯,୫୦୦ କର୍ମଚାରୀଙ୍କୁ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କର୍ମଚାରୀମାନେ ଭୂମି ସଂରକ୍ଷଣ ଠାରୁ ଆରମ୍ଭ କରି ଅବସରପ୍ରାପ୍ତ ଯବାନଙ୍କ ସେବାରେ ନିୟୋଜିତ ଥିଲେ ।

ବର୍ତ୍ତମାନ ସୁଦ୍ଧା ଯେଉଁ କର୍ମଚାରୀଙ୍କୁ ଛଟେଇ କରାଯାଇଛି, ସେମାନଙ୍କ ଚାକିରି ସୁରକ୍ଷା କମ୍ ଥିଲା କୁହାଯାଉଛି । ବର୍ଷେ ହେଲା ଚାକିରି କରିଥିବା କିଛି କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଗୃହ ବିଭାଗ, ଉର୍ଜା, କୃଷି, ସ୍ବାସ୍ଥ୍ୟ ଏବଂ ଅନ୍ୟ ବିଭାଗରୁ ସରକାରୀ କର୍ମଚାରୀଙ୍କ ଛଟେଇ କରାଯାଇଛି । ଏହା ସହିତ ସରକାରୀ ଏଜେନ୍ସିକୁ ବନ୍ଦ କରି ଦିଆଯାଇଛି । ଏଥିରେ କଞ୍ଜୁମର ଫାଇନାସିଆଲ୍  ପ୍ରଡକସନ୍ ବ୍ୟୁରୋ ମଧ୍ୟ ସାମିଲ ରହିଛନ୍ତି । ଏହା ସହିତ ଟ୍ୟାକ୍ସ ବିଭାଗରୁ ମଧ୍ୟ ହଜାରେରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ହୋଇଛି ।

ବର୍ତ୍ତମାନ ସୁଦ୍ଧା ଆମେରିକାରେ ପ୍ରାୟ ୭୫ ହଜାର ସରକାରୀ କର୍ମଚାରୀ ନିଜସ୍ବ ଇଚ୍ଛାରେ ଚିକିରି ଛାଡ଼ିବା ଯୋଜନାରେ ସାମିଲ୍ ହୋଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଛନ୍ତି, ସରକାରୀ କର୍ମଚାରୀଙ୍କ ଆକାର ବହୁତ ବଡ଼ ହୋଇଯାଇଛି । ଫଳରେ ଅଯଥାରେ ରାଜସ୍ବ ବର୍ବାଦ ହେଇଛି । ତେଣୁ ଏହାକୁ ଛୋଟ କରିବାର ଆବଶ୍ୟକତା ରହିଛି । ଏହାଛଡ଼ା ଆମେରିକା ୩୬ ଟ୍ରିଲିୟନ ଡଲାର ଋଣରେ ବୁଡ଼ିକି ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.