ଆଜିଠୁ ମାଟ୍ରିକ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ମନା ସ୍ମାର୍ଟ ଓ୍ୱାଚ୍, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ

Published By : Prameya-News7 Bureau | February 21, 2025 IST

News7

କଟକ,୨୧/୦୨: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ-୨୦୨୫  ରେଗୁଲାର୍‌ ଓ ଏକ୍ସରେଗୁଲାର୍‌ ପରୀକ୍ଷା । ପ୍ରଥମ  ଦିନ ଓଡ଼ିଆ ମାତୃଭାଷା ବିଷୟରୁ ପରୀକ୍ଷା ଆରମ୍ଭ ହେବ । ରେଗୁଲାର୍‌ ଓ ଏକ୍ସରେଗୁଲାର୍‌  ଗୋଟିଏ ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟା  ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍‌ ସମୟ ରହିଛି । 

ପରୀକ୍ଷାର୍ଥୀମାନଙ୍କୁ ସକାଳ ୭ ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ର  ନିକଟରେ ପହଞ୍ଚିବାକୁ ହେବ। କଡ଼ା ଯାଞ୍ଚ୍‌ ପରେ ପରୀକ୍ଷାର୍ଥୀଙ୍କୁ ଭିତରକୁ ଛଡ଼ାଯିବ । ପରୀକ୍ଷାର୍ଥୀମାନଙ୍କୁ ସାଧାରଣ ହାତ ଘଣ୍ଟା ନେବାକୁ ସୁଯୋଗ  ରହିଥିଲେ ହେଁ ଡିଜିଟାଲ୍‌ ତଥା ସ୍ମାର୍ଟ ୱାଚ୍‌ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହି ପରୀକ୍ଷା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.