'Sanam Teri kasam-2’ରେ କମ୍‌ବ୍ୟାକ୍ କରିବେ ମାୱରା ! କହିଲେ-ମୁଁ କରିବାକୁ ଚାହୁଛି...

Published By : Prameya-News7 Bureau | February 17, 2025 IST

ମୁମ୍ଵାଇ ୧୭।୦୨; ବଲିଉଡ୍ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଫିଲ୍ମ 'ସନମ ତେରୀ କସମ' । ଫିଲ୍ମଟି୨୦୧୬ରେ ମୁକ୍ତିଲାଭ କରିଥିଲା। ପ୍ରଥମ ମୁକ୍ତିଲାଭରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ୯ ବର୍ଷ ପରେ ଫିଲ୍ମଟି ପୁନଃ ମୁକ୍ତିଲାଭ ହେବାପରେ ହିଟ୍ ହୋଇଛି। ବର୍ତ୍ତମାନ, ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ ଘୋଷଣା କରିଛନ୍ତି।

ଏହି ଫିଲ୍ମରେ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। 'ସନମ୍ ତେରୀ କସମ୍'ର ସିକ୍ୱେଲ୍ ଘୋଷଣା ହେବାପରେ, ଅଭିନେତ୍ରୀ ମାୱରା ଏହାର ଅଂଶ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଅଭିନେତ୍ରୀ ମାୱରା ହୋକେନ୍ ବିବାହ ପରେ ପ୍ରଥମ ଥର ପାଇଁ ଏକ ସାକ୍ଷାତକାରରେ ନଜର ଆସିଥିଲେ। ସେହି ସମୟରେ ମାୱରା କହିଥିଲେ ଯେ, ''ମୁଁ ସନମ ତେରୀ କସମ ୨'ର ଅଂଶ ହେବାକୁ ପସନ୍ଦ କରିବି। କିନ୍ତୁ ମୁଁ କରେ କି ଅନ୍ୟ କିଏ ବି କରନ୍ତୁ, ମୁଁ ଏତିକି ଜାଣିଛି ଯେ ମୋ ପ୍ରଯୋଜକମାନେ ଏହି ଫିଲ୍ମକୁ ମିଳୁଥିବା ସଫଳତାର ପ୍ରକୃତ ଯୋଗ୍ୟ ଅଟନ୍ତି ।

'ସନମ୍ ତେରୀ କସମ୍'ର ରି-ରିଲିଜ ହେବା ପରେ ମାୱରା କହିଥିଲେ ଯେ, ''ସତ କହିବାକୁ ଗଲେ, ଫିଲ୍ମକୁ ଏହି ସଫଳତା ହାସଲ କରିବା ପାଇଁ ନଅ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ଫିଲ୍ମର ପ୍ରଯୋଜକ ଦୀପକ ମୁକୁଟଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଏହି ସଫଳତାର ଅଧିକ ଯୋଗ୍ୟ। ଅଭିନେତ୍ରୀ ଜଣକ ପ୍ରଯୋଜକଙ୍କୁ ଶୁଭକାମନା ଜଣାଇଥିଲେ। ସେ ଆଶା ପ୍ରକାଶ କରିଛନ୍ତି ଯେ ଫିଲ୍ମର ସିକ୍ୱେଲ୍ ଆହୁରି ବିସ୍ଫୋରକ ହେବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.