ଭୁବନେଶ୍ବର ୨୭।୮: ସୁନ୍ଦରଗଡ଼ରୁ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୦ ହଜାର ଲୋକଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଛି । ଚିହ୍ନଟ ହେଲେଣି ୨ ହଜାର ୭୫୯ ଜଣ ଡେଙ୍ଗୁ ରୋଗୀ । ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ପଛକୁ ଖୋର୍ଦ୍ଧାରେ ୮୩୭ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ କେବଳ ଭୁବନେଶ୍ୱରରେ ୫୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ମନ୍ତ୍ରୀ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଦେଇଛନ୍ତି ।
You Can Read:
ନୂଆ ସରକାରଙ୍କ ସ୍କାନରରେ ବିଡ଼ିଓ : ୯୧ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ