ବିନିକା18/02 : ସୁବର୍ଣ୍ଣପୁର ଜିଲ୍ଲାର ସର୍ବବୃହତ ଗ୍ରାମ ଭାବରେ ପରିଚିତ ମେଣ୍ଡା ଗାଁ। ଯାହାକୁ ନେଇ ଏକ ବ୍ଲକ ଗଠନ କରିବାକୁ ଦାବି କରା ଯାଇଛି। ସେଥିପାଇଁ ଗାଁ ଲୋକେ ଏକାଠି ହୋଇ ଏକ ବୈଠକ କରିଛନ୍ତି। ମେଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ସଭାରେ ମେଣ୍ଡା ତଥା ଆଖପାଖ ଅଂଚଳର ଶତାଧିକ ଲୋକ ଯୋଗ ଦେଇଥିଲେ ।
ମେଣ୍ଡା ଗାଁଟି ଭୌଗୋଳିକ, ଗମନାଗମନ, ଜନସଂଖ୍ୟା ଦୃଷ୍ଟିକୋଣରୁ ବ୍ଲକ ହେବାପାଇଁ ଯୋଗ୍ୟ ହୋଇଥିବା ବେଳେ ଦେଉଳପଦର, ରାଣିସାର୍ଡ ପାଇକବାହାଲ, ପୁଆ, ଜରାଜରିଙ୍ଗ, ନାରାୟଣପୁର, ବାଲାଡି, ଛକୋରମାଲ, ଶିବତଳା ପ୍ରମୁଖ ଗ୍ରାମପଞ୍ଚାୟତକୁ ନେଇ ନୂତନ ମେଣ୍ଡା ବ୍ଲକ ଗଠନ ପାଇଁ ଦାବି କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଗଲା। ଏକ କମିଟି ଗଠନ ଶହ ଆଗାମୀ ଦିନରେ ଏହି କମିଟି ଉପରୋକ୍ତ ଗ୍ରାମପଞ୍ଚାୟତର ଜନପ୍ରତିନିଧିମାନଙ୍କ ଠାରୁ ସମ୍ମତି ପତ୍ର ଆଣିବା ପାଇଁ ପ୍ରସ୍ତାବ କରାଯାଇଥିଲା। ଆଗାମୀ ଦିନରେ ମେଣ୍ଡାକୁ ବ୍ଲକ ଘୋଷଣା ଦାବିକୁ ଆହୁରି ଜୋରଦାର କରାଯିବ ସହ ବିଡ଼ିଓ, ଜିଲ୍ଲାପାଳ, ସ୍ଥାନୀୟ ଜନପ୍ରତିନୀଧି ଏବଂ ବିଭିନ୍ନ ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବା ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।