ମାତ୍ର ୬ ଦିନ ପୂର୍ବରୁ ହୋଇଥିଲେ ମେୟର, ଏବେ ମିଳିଲା କଟାମୁଣ୍ଡ

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ ୦୮/୧୦: ମେକ୍ସିକୋର ଗୁରେରୋର ରାଜଧାନୀ ଚିଲପାନସିଙ୍ଗୋର ମେୟର ଆଲେଜାନ୍ଦ୍ରୋ ଆରକସଙ୍କୁ ହତ୍ୟା । ଅତି ଦୟନୀୟ ଭାବେ ତାଙ୍କୁ ହତ୍ୟା କରାଯାଇଛି । ମାତ୍ର ୬ ଦିନ ପୂର୍ବରୁ ସେ ହୋଇଥିଲେ ମେୟର । ଗତ ରବିବାର (୬ ଅକ୍ଟୋବର)ରେ ତାଙ୍କୁ ହତ୍ୟା କରାଯାଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଗୁରେରୋ ରାଜ୍ୟପାଳ ଏଭଲିନ ସାଲଗାଡୋ ଏହା ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି ଯେ ସମଗ୍ର ଗୁରେରୋ ସମ୍ପ୍ରଦାୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି । 

ରଏଟର୍ସ ରିପୋର୍ଟ ଅନୁଯାୟୀ ଯୁବ ମେୟରଙ୍କ ମୁଣ୍ଡ କାଟି ଦିଆଯାଇଛି । ଏକ ପିକଅପ୍ ଭ୍ୟାନ୍‌ ଉପରେ ତାଙ୍କ କଟା ମୁଣ୍ଡର ଚିତ୍ର ଥିବା ହ୍ୱାଟ୍ସଆପ୍‌ରେ ଭାଇରାଲ ହେବାରେ ଲାଗିଛି । ଆଲେଜାନ୍ଦ୍ରୋ ଆରକସ୍‌ଙ୍କ ମୃତ୍ୟୁ ସହରର ନୂତନ ସରକାରର ସଚିବ ଫ୍ରାନ୍ସିସ୍କୋ ତାପିଆଙ୍କ ଗୁଳିର ତିନି ଦିନ ପରେ ଘଟିଛି। ସେନେଟର ଆଲେଜାଣ୍ଡ୍ରୋ ମୋରେନୋ ସୋସିଆଲ ମିଡିଆରେ କହିଛନ୍ତି ଯେ ସେ ଥିଲେ ସଚ୍ଚୋଟ ଅଧିକାରୀ ଥିଲେ। 

AFP ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଦଳ କହିଛି ଯେ ଏହି ସହରରେ ବହୁ ହିଂସା ଘଟୁଛି। ଗୁରେରୋର ଲୋକମାନେ ଭୟର ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଗୁରେରୋ ରାଜନେତା ଏବଂ ସାମ୍ବାଦିକମାନଙ୍କ ପାଇଁ ଅତ୍ୟନ୍ତ ବିପଦଜନକ ପ୍ରମାଣିତ କରିଛନ୍ତି । ସହରରେ ଡ୍ରଗ୍ କାର୍ଟେଲ ଦ୍ୱାରା ବ୍ୟାପିଥିବା ହିଂସାକୁ ସମସ୍ତେ ଭୟ କରୁଛନ୍ତି। ଖବର ଅନୁଯାୟୀ, ଜୁନ୍ ୨ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମେକ୍ସିକୋରେ ଅତି କମରେ ୬ ଜଣ ରାଜନୈତିକ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା । 

ସେପଟେ ମେୟରଙ୍କ ଅନୁଗାମୀମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ସେ ନ୍ୟାୟ ଦାବିରେ ଅଡି ବସିଛନ୍ତି । ଏହା ବ୍ୟତୀତ ମେକ୍ସିକୋର PRI ରାଜନୈତିକ ଦଳର ମୁଖ୍ୟ ମୋରେନୋ ଫେଡେରାଲ ଆଟର୍ଣ୍ଣି ଜେନେରାଲଙ୍କୁ ଗୁରେରୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ରାଜନୈତିକ ନେତାଙ୍କ ହତ୍ୟା ଘଟଣାର ତଦନ୍ତ କରିବାକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.