ଡାକ୍ତରଖାନାରେ ଭର୍ତ୍ତି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଅସ୍ତ୍ରୋପଚାର ପରେ ସୁସ୍ଥ ଥିବା ସୂଚନା

Published By : Prameya-News7 Bureau | December 30, 2024 IST

ନୂଆଦିଲ୍ଲୀ ୩୦/୧୨:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରୋଷ୍ଟେଟ ସର୍ଜରୀ ସରିଥିବାବେଳେ ଅପରେସନ ସଫଳ ହୋଇଛି । ତେବେ ହଠାତ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ କିଛି ଦିନ ସେ ଡାକ୍ତରଖାନାରେ ରହିବେ । ସେଥିପାଇଁ ତାଙ୍କ ଘନିଷ୍ଠ ସହଯୋଗୀ ୟାରିଭ ଲେଭିନ ଯିଏକି ଏବେ ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଦିଆଯାଇଛି । 

ରିପୋର୍ଟ ମୁତାବକ ନେତାନ୍ୟାହୁ ବୁଧବାର ମୁତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ଆଉ ପ୍ରୋଷ୍ଟେଟ ସର୍ଜରୀ କରିଥିଲେ ଡାକ୍ତରୀ ଟିମ୍‌ । ଅପରେସନ ସଫଳ ହୋଇଥିବାବେଳେ ସେ ସୁସ୍ଥ ଅଛନ୍ତି । ଗତ କିଛି ଦିନ ଧରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରୁଛନ୍ତି ନେତାନ୍ୟାହୁ । ତାଙ୍କୁ ନିକଟରୁ ଜାଣିଥିବା ଲୋକେ କହୁଛନ୍ତି ସେ ଦୀର୍ଘ ଦିନଧରି ଯୁଦ୍ଧରେ ବ୍ୟସ୍ତ ରହୁଥିବାରୁ ନିଜର ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦେଉନାହାନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.