ନୂଆଦିଲ୍ଲୀ: ପାକିସ୍ତାନର କୁର୍ମ ଜିଲ୍ଲାରେ ସାଂପ୍ରଦାୟିକ ହିଂସା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଶାନ୍ତି ବୁଝାମଣା ହୋଇଛି । ନ୍ୟୁଜ୍ ଏଜେନ୍ସି ମୁତାବକ, ଖୈବର ପଖସୁନଖ୍ବା ପ୍ରାନ୍ତର ମୁଖପାତ୍ର ବାରିଷ୍ଟର ମହମ୍ମଦ ଅଲ୍ଲି ଶୈଫ କରିଛନ୍ତି, ଅଲିଜାଈ ଏବଂ ବାଗାନ ଜନଜାତି ସଂପ୍ରଦାୟର ପ୍ରତିନିଧି ମାନେ ୧୪ଟି ଦାବିରେ ବୁଝାମଣା ଉପରେ ହସ୍ତାକ୍ଷର କରିଛନ୍ତି । ଯେଉଁଥିରେ ଘରୋଇ ବଙ୍କରକୁ ନଷ୍ଟ କରିବା ସହ ସମସ୍ତ ମାରଣାସ୍ତ୍ରରୁ ପୋଲିସ ପ୍ରଶାସନ ନିକଟରେ ଦାଖଲ କରିବା ନେଇ ଆଲୋଚନା ହୋଇଛି ।
ଦୁଇ ଜନଜାତି ସମୁଦାୟ ମଧ୍ୟରେ ସାଂପ୍ରଦାୟିକ ଝଗଡ଼ା ପରେ ୨୧ ନଭେମ୍ବରରୁ ୨ ଡିସେମ୍ବର ମଧ୍ୟରେ ୧୩୩ଜଣ ପ୍ରାଣ ହରାଇଛନ୍ତି । ଅଲିଜାଈ ଏବଂ ବାଗାନ ଜନଜାତି ସଦସ୍ୟ ମଲିକ୍ ସବାବ୍ ଖାନ ସ୍ପଷ୍ଟ କରିଛନ୍ତି ଯେ ଚୁକ୍ତି ପେପରରେ ଦୁଇ ପକ୍ଷର ପ୍ରାୟ ୪୫ଜଣ ହସ୍ତାକ୍ଷର କରିଛନ୍ତି । ଏଥିରେ ଯୁଦ୍ଧବିରାମ, କେଲାବନ୍ଦୀକୁ ଶେଷ ଏବଂ ଅସ୍ତ୍ରଶସ୍ତ୍ର ପ୍ରଶାସନରେ ଜମା ଆଜି ଆଲୋଚନା ହୋଇଛି । ସରକାରୀ ମୁଖପାତ୍ର ଶୈଫ୍ କହିଛନ୍ତି, କିଛି ଦିନ ପୂର୍ବରୁ ଶାନ୍ତି ବୁଝାମଣା ହୋଇଥିଲା । ଏଥିରେ ଗୋଟିଏ ପକ୍ଷ ପ୍ରଥମେ ହସ୍ତାକ୍ଷର କରିଥିବା ବେଳେ ବୁଧବାର ଅନ୍ୟଏକ ପକ୍ଷ ଦସ୍ତଖତ କରିଥିଲେ ।
ଖୈବର ପଖସୁନଖ୍ବା ମୁଖ୍ୟମନ୍ତ୍ରୀ ଅଲ୍ଲି ଅମୀନ ଖାନ ଗଣ୍ଡାପୁର ବୁଝାମଣାକୁ ନେଇ ଦୁଇ ଜନଜାତି ଗୋଷ୍ଠୀକୁ ସ୍ବାଗତ ଜଣାଇଛନ୍ତି । ଏହାଛଡ଼ା ଦୁଇ ପକ୍ଷ ମଧ୍ୟରେ ଉପୁଜିଥିବା ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ପ୍ରାନ୍ତୀୟ ସରକାର ପ୍ରୟାସ କରିବେ ବୋଲି କହିଛନ୍ତି ।