ମର୍ଣ୍ଣିଂ ଓ୍ୱାକରେ ଯିବାବେଳେ ନଜର ଆସିଲା ଅପରିଷ୍କାର ଦୃଶ୍ୟ, ନିଜ ହାତରେ କୋଦାଳ ଧରି ସଫାକଲେ

Published By : Prameya-News7 Bureau | September 25, 2024 IST

ଉମରକୋଟ ୨୫/୦୯: ହାତରେ କୋଦାଳ ଧରି ସ୍ଵଚ୍ଛତା ଅଭିଯାନରେ ଅଗ୍ରସର ହେଲେ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସକାଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଉମରକୋଟ ଭାଲୁଗୁଡା ପୋଖରୀ ଅପରିଷ୍କାର ହୋଇ ରହିଥିବା ତାଙ୍କ ନଜରରେ ଆସିଥିଲା ଏବଂ ପରେ ସେ ନିଜେ ପ୍ରଥମେ ପୋଖରୀକୁ ସଫା କରିବା ପାଇଁ ବାହାରିଥିଲେ। 

ପୋଖରୀ ଚାରି ପାଖରେ ଉଠିଥିବା ଅନାବନା ଗଛକୁ ସଫା କରିବା ସହ ପାଣିରେ ପଡ଼ିଥିବା ଅଳିଆ ମଧ୍ୟ ସଫା କରିଛନ୍ତି । ଏହା ପରେ ସ୍ଥାନୀୟ କିଛି ଯୁବକ ମଧ୍ୟ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ । ଅନେକ ବ୍ୟସ୍ତତା ମଧ୍ୟରେ ମଧ୍ୟ କିଛି ସମୟ ବାହାର କରି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା ସହ ସାହିର ପିଲାଙ୍କୁ ନେଇ ସଫେଇ କାର୍ଯ୍ୟ କରିଛି । 


ମନ୍ତ୍ରୀଙ୍କ ଏଭଳି କାମକୁ ସ୍ଥାନୀୟ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି । ସେପଟେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ସ୍ଵଚ୍ଛତା ହେଉଛି ମନୁଷ୍ୟର ଗୌରବ । ଏକ ସୁସ୍ଥ, ଆରୋଗ୍ୟ ସମାଜ ଗଠନ ପାଇଁ ସ୍ଵଚ୍ଛତା ରହିବା ଆବଶ୍ୟକ। ଆମେ ପ୍ରଥମେ ନିଜେ ଆଗକୁ ପାଦ ବଢ଼େଇବାକୁ ପଡ଼ିବ ଏହା ପରେ ଆମକୁ ନିଶ୍ଚୟ ବଳ ମିଳିଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.