ବିଧାନସଭାରେ ଉଠିଲା ମୋ ବସ୍ ସ୍ପିଡ୍ ପ୍ରସଙ୍ଗ, ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ

Published By : Prameya-News7 Bureau | March 11, 2025 IST

ଭୁବନେଶ୍ୱର  ୧୧/୦୩: ୮ ମାସରେ ୬ଟି ମୁଣ୍ଡ ନେଲଣି ମୋ ବସ୍‌ । ସହରରେ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ, ଏବେ ବିଧାନସଭାରେ ମୋ ବସ୍ କଥା । ବିଜେଡି ବିଧାୟକ ଏ ସମ୍ପର୍କରେ ଆଜି ବିଧାନସଭାରେ ପ୍ରଶ୍ନ କରିଥିବାବେଳେ, ଏହାର ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେଡି ବିଧାୟକ ପ୍ରଶ୍ନ କରି ପଚାରିଥିଲେ ଯେ, ମୋ ବସରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି? ମୋ ବସ୍ ଧକ୍କାରେ ମୃତ୍ୟୁବରଣ କରିଥିବା ମୃତକ ପରିବାରଙ୍କୁ କେତେ ଟଙ୍କା କ୍ଷତିପୂରଣ ଦିଆଯାଇଛି?

ଏହାର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ୍ ଦ୍ୱାରା ୩୭୫ଟି ବସ୍ ଚଳାଚଳ କରୁଛି । ମୋ ବସ୍ ଦୁର୍ଘଟଣାରେ ୧୬ ଜଣ ପ୍ରାଣ ହରାଇଛନ୍ତି । ତେବେ ଇଲେକ୍ଟ୍ରି ବସ ପାଇଁ ସହର ଭିତରେ ଘଣ୍ଟାପ୍ରତି ବେଗ ୩୫ କିମି ରହିଥିବାବେଳେ, ଡିଜେଲ ବସ୍ ପାଇଁ ୪୦ କିମି ପ୍ରତି ଘଣ୍ଟା ରଖାଯାଇଛି । ଏହାସହ ଜାତୀୟ ରାଜପଥରେ ଚାଲୁଥିବା ୧୬ଟି ବସ୍ ପାଇଁ ୫୦ କିମି ପ୍ରତି ଘଣ୍ଟାରେ ଚାଲିବା ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । 

କହିବାକୁ ଗଲେ ଜୁନ୍ ୨୦୨୪ ଠାରୁ ଏଯାବତ୍ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ୱାରା ୧୯ଟି ଦୂର୍ଘଟଣା ଘଟିଛି ଯେଉଁଥରେ ୧୮ ଜଣ ଆହତ ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି । ବିଜେଡି ବିଧାୟକଙ୍କ ପ୍ରଶ୍ନର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ରଙ୍କ ଲିଖିତ ଉତ୍ତର । କେବଳ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର କ୍ଷତିପୂରଣ ଦିଆଯାଇଛି । 

ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଡିଜେଲ ବସର ସ୍ପିଡ଼ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓଁ ବୈଦୁତିକ ବସର ୩୫ କିଲୋମିଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଡାସ ବା ସ୍ୱୟଂକ୍ରିୟ ଚାଳକ ସହାୟକ ବ୍ୟବସ୍ଥା ଲଗାଇବାକୁ ଯୋଜନା କରାଯାଇଛି । ଦୁର୍ଘଟଣାର ସମୀକ୍ଷା ପାଇଁ କମିଟି ଗଠନ ହୋଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.