ଗାଧୋଇବା ବେଳେ ପାଣିରେ ବୁଡିଗଲେ ନାବାଳିକା, ଚାଲିଗଲା ଜୀବନ

Published By : Prameya-News7 Bureau | June 15, 2024 IST

Breaking_1

ପଦ୍ମପୁର ୧୫।୬: ଗାଧୋଇବା ବେଳେ ପାଣିରେ ବୁଡିଗଲେ ନାବାଳିକା । ପଦ୍ମପୁର ସହରର ଅମଲିପାଲି ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, ପାଟଣାଗଡ ଥାନା ଅନ୍ତର୍ଗତ ବର୍ହାଚପା ଗ୍ରାମର ଜଣେ ୧୭ ବର୍ଷ ବୟସ୍କ ଝିଅ ଖରା ଛୁଟିରେ ତାଙ୍କ ମାମୁଁ ଘର ପଦ୍ମପୁର ଅମଲିପାଲିକୁ ବୁଲିବାକୁ ଆସିଥିଲା । ଶନିବାର ସକାଳୁ ପାଖ ନାଳକୁ ଗାଧୋଇବା ପାଇ ଯାଇଥିବା ସମୟରେ ସେ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ।

You Can Read :

ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ : ୧୭୬ଟି ବିରଳ କଇଁଛ ଜବତ, ୪ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.