ନୂଆଦିଲ୍ଲୀ: ଆମେରିକାରେ ବଢ଼ି ଚାଲିଛି ବମାନ ଦୁର୍ଘଟଣା । ୮ ଦିନ ମଧ୍ୟରେ ଥାର୍ଡ ପ୍ଲେନ୍ କ୍ରାସ୍ । ଶୁକ୍ରବାର ପଶ୍ଚିମ ଆଲାସ୍କାରୁ ଗାଏବ ହୋଇଯାଇଥିବା ଛୋଟ ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଯାତ୍ରା କରୁଥିବା ସମସ୍ତ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ଆମେରିକୀୟ ତଟରକ୍ଷକ ବାହିନୀର ଏକ ହେଲିକପ୍ଟର ସର୍ଚ୍ଚ ଅପରେସନରେ ଲାଗିଛି । ଏକ ସ୍ଥାନରେ ବିମାନର ଧ୍ବଂସାବଶେଷ ପଡ଼ିଥିବା ଦେଖିବାକୁ ମିଳିଛି । ଏହାର ଯାଞ୍ଚ ପାଇଁ ଦୁଇଟି ଉଦ୍ଧାରକାରୀ ଦଳ ଗଠନ କରାଯାଇଛି । ଉଡ଼ାଣର ଏକ ଘଣ୍ଟା ପରେ ବିମାନ ସହ ସିଗନାଲ୍ ବ୍ରେକ୍ ହୋଇଥିଲା ।
ଆଲାସ୍କାର ସାର୍ବଜନିକ ସୁରକ୍ଷା ସେବା ଅନୁଯାୟୀ, ବେରିଂ ଏୟାରର ସିଙ୍ଗିଲ୍ ଇଞ୍ଜିନ ଥିବା ଟ୍ରର୍ବୋପ୍ରାପ ବିମାନ ଗୁରୁବାର ଦ୍ବିପ୍ରହରରେ ୯ ଯାତ୍ରୀ ନେଇ ଅନାଲାକଲିଟରୁ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ବେରିଂ ଏୟାରର ପରିଚାଳକ ନିର୍ଦ୍ଦେଶ ଡେଭିଡ୍ ଆଲ୍ସନ କହିଛନ୍ତି, ଅପରାହ୍ଣ ୨.୩୭ ମିନିଟ ବିମାନ ଟେକ୍-ଅପ୍ କରିଥିଲା । ଏହାର ଏକ ଘଣ୍ଟା ପରେ ବିମାନଠାରୁ ରେଡିଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ପଶ୍ଚିମ ଆଲାସ୍କାରେ ଏକ ବିମାନର ଧ୍ବଂସାବଶେଷ ଠାବ ହୋଇଥିବାରୁ ଏହାକୁ ବେରିଂ ଏୟାର ବିମାନ ବୋଲି ଅନୁମାନ କରାଯାଉଛି ।
ଏହା ପୂର୍ବରୁ ଜାନୁଆରୀ ୨୯ ତାରିଖରେ ଓ୍ବାଶିଂଟନ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ବିମାନ ଏକ ସେନା ହେଲିକପ୍ଟରକୁ ଧକ୍କା ଦେଇଥିଲେ । ଏଥିରେ ମୋଟ୍ ୬୭ଜଣଙ୍କ ଜୀବନ ଯାଇଛି । ସେହିପରି ଜାନୁଆରୀ ୩୧ ତାରିଖରେ ଫିଲାଡେଲ୍ପିୟାରେ ଏକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୬ଜଣ ଯାତ୍ରୀ ଏବଂ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏବେ ପଶ୍ଚିମ ଆଲାସ୍କାରେ ପ୍ଲେନ୍ କ୍ରାସରେ ୧୦ଜଣ ପ୍ରାଣ ହରାଇଛନ୍ତି ।..