CISF ନିଯୁକ୍ତିରେ ଅଗ୍ନିବୀରଙ୍କ ପାଇଁ ରହିବ ୧୦% ସଂରକ୍ଷଣ, ଦେବାକୁ ପଡ଼ିବନି ଫିଜିକାଲ ଟେଷ୍ଟ

Published By : Prameya-News7 Bureau | July 11, 2024 IST

News7

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ଏକ ବଡ଼ ଖବର। ଅଗ୍ନିବୀର କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ପୂର୍ବତନ ଅଗ୍ନିବୀରଙ୍କୁ ପାରାମିଲିଟାରୀ ଫୋର୍ସ CISFରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। CISF ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବ। କୁହାଯାଉଛି ଯେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଏ ବାବଦରେ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି। ଅଗ୍ନିବୀରକୁ ନେଇ କ୍ରମାଗତ ଭାବରେ ପ୍ରଶ୍ନ ଉଠିଥିଲା। ଅଗ୍ନିବୀର ବାହିନୀକୁ ସେନାଙ୍କ ପରି ସମାନ ସୁବିଧା ଯୋଗାଇଦେବାକୁ ବିରୋଧୀ ଦଳ କ୍ରମାଗତ ଭାବରେ ଦାବି କରିଆସୁଛି। 

ବର୍ତ୍ତମାନ ଗୃହ ମନ୍ତ୍ରଣାଳୟର ଏହି ପଦକ୍ଷେପ ସହିତ ବିରୋଧୀଙ୍କୁ ଚକମା ଦେଇଛି। କେନ୍ଦ୍ରର ଏହି ନିଷ୍ପତ୍ତିରୁ ହଜାର ହଜାର ଅଗ୍ନିବୀର ଉପକୃତ ହେବେ।

ସୂଚନା ଅନୁଯାୟୀ, ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଗୃହ ବିଭାଗ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ପୂର୍ବତନ ଅଗ୍ନିବୀରଙ୍କୁ ଦେଶର ସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ।

ଜୁନ ୧୪, ୨୦୨୨ରେ ଘୋଷିତ ଅଗ୍ନିପଥ ଯୋଜନା, 17½ ରୁ 21 ବର୍ଷ ବୟସର ଯୁବକମାନଙ୍କୁ ଚାରି ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦେବା ପାଇଁ ଆରମ୍ଭ କରାଯାଇଛି। ଏହି ଯୋଜନା ନିକଟ ଅତୀତରେ ବିବାଦର ବିଷୟ ପାଲଟିଛି। ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହା ଉପରେ ସରକାରଙ୍କ ଉପରେ କ୍ରମାଗତ ଆଟାକ୍‌ କରୁଛନ୍ତି। ସାଧାରଣ ସୈନିକଙ୍କ ପରି ଅଗ୍ନିବୀର ବାହିନୀକୁ ସୁବିଧା ଯୋଗାଇଦେବାକୁ ବିରୋଧୀଙ୍କ ପକ୍ଷରୁ ଦାବି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.