ମୁସଲମାନମାନଙ୍କ ପାଇଁ ବିପର୍ଯ୍ୟୟ ପାଲଟିଲା ମିଆଁମାର ଭୂକମ୍ପ, ନମାଜ ପଢିବା ବେଳେ ୭୦୦ ମୃତ

Published By : Prameya-News7 Bureau | March 31, 2025 IST

ନୂଆଦିଲ୍ଲୀ ୩୧/୦୩: ଚାଲିଥିଲା ରମଜାନ ମାସ । ଖାସ୍ ସେଥିପାଇଁ ଶୁକ୍ରବାର ମସ୍‌ଜିଦ୍‌ରେ ଚାଲିଥିଲା ପ୍ରାର୍ଥନା । ଏହି ସମୟରେ ଦୋହଲିଥିଲା ପୃଥିବୀ । ମିଆଁମାରରେ ଅନୁଭୂତ ହୋଇଥିଲା ଶକ୍ତିଶାଳୀ ଭୂକମ୍ପ । ଏକ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ଥିଲା ୭.୭ । ଆଉ ସେଠାରେ ଥିବା ଲୋକେ ହୋଇପଡିଥିଲେ ଭୟଭୀତ । 

ସ୍ପ୍ରିଙ୍ଗ ରିଭୋଲ୍ୟୁସନ୍ ମିଆଁମାର ମୁସଲିମ୍ ନେଟୱାର୍କ ଅନୁଯାୟୀ, ବିପର୍ଯ୍ୟୟରେ ୭୦୦ରୁ ଅଧିକ ଶ୍ରଦ୍ଧାଳୁ ମସଜିଦ ଭିତରେ ଫସି ରହିଥିଲେ । ଆଉ କ୍ଷଣିକ ମଧ୍ୟରେ ସମସ୍ତଙ୍କର ହୋଇଥିଲା ମୃତ୍ୟୁ । ମିଆଁମାରର ମାଣ୍ଡାଲେରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ସରକାରୀ ସଂଖ୍ୟା ଅନୁସାରେ, ମୋଟ ୧୭୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ୬୦ ଟି ମସଜିଦ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା । ଏହାର ମୁଖ୍ୟ କାରଣ ପୁରୁଣା ଢାଞ୍ଚା ବୋଲି ବିଶ୍ୱାସ କରାଯାଏ।


ସ୍ପ୍ରିଙ୍ଗ ରିଭୋଲ୍ୟୁସନ୍ ମିଆଁମାର ମୁସଲିମ୍ ନେଟୱାର୍କର ସଦସ୍ୟ ତୁନ୍ କି କହିଛନ୍ତି ଯେ ଶୁକ୍ରବାର ନମାଜ ସମୟରେ ଭୂମିକମ୍ପ ହୋଇଥିଲା । ସେହି ସମୟରେ ମସଜିଦଗୁଡ଼ିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଥିଲା । ଏହା ଫଳରେ ଅନେକ ମସଜିଦ ଭୁଶୁଡ଼ି ପଡ଼ିଥିଲା । ଆଉ ଶହ ଶହ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ । 

ଇରାୱାଡି ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଅନେକ ମସଜିଦ୍ ଭୁଶୁଡ଼ି ପଡିବା ସହ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ଏହି ମସଜିଦଗୁଡ଼ିକ ମଧ୍ୟରୁ ଅନେକ ଐତିହାସିକ କୋଠା ଥିଲା, ଯାହା ଭୂମିକମ୍ପ କମ୍ପନକୁ ସହ୍ୟ କରିପାରି ନ ଥିଲା।

ସରକାରୀ ରିପୋର୍ଟ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୧୭୦୦ ରୁ ଅଧିକ ପହଞ୍ଚିଛି । କିନ୍ତୁ ମସଜିଦରେ ମୃତ୍ୟୁ ସଂଖ୍ୟା ୭୦୦ ପାର୍ କରିଛି । ଏହି ଭୟଙ୍କର ବିପର୍ଯ୍ୟୟ ପରେ, ଉଦ୍ଧାର ଦଳ ଏବଂ ରିଲିଫ୍ ସଂଗଠନଗୁଡ଼ିକ ଦ୍ରୁତ ଗତିରେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତଥାପି, ମିଆଁମାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଯୋଗୁଁ, ରିଲିଫ୍ କାର୍ଯ୍ୟ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି । ଆହୁରି ବି ଦୁଃଖଦ ଖବର ହେଉଛି କି, ପାଖାପାଖି ୭୦ ମସ୍‌ଜିଦ୍ ଭଗ୍ନାବଶେଷ ତଳେ ରହିଛି । 

  • Earthquake
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.