ଝିଅ କରିଛି ମିଛ ମକଦ୍ଦମା, ଉପ-ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କଲେ ମାଆ

Published By : Prameya-News7 Bureau | February 08, 2025 IST

ଭଦ୍ରକ ୦୮/୦୨: ଝିଅ ଜନ୍ମ କରିବା କଣ ଭୁଲ କି । ଝିଅକୁ ପାଠ ପଢ଼ାଇ, ଭଲ ଘର ଓ ଭଲ ବର ଦେଖି ବାହା କରି ଭୁଲ କରିଛି । ଏମିତି କିଛି କହିଛନ୍ତି ଜଣେ ନିରାଶ୍ରୟ ମାଆ । ଉପ ଜିଲ୍ଲାପାଳଙ୍କୁ ଦେଖା କରି ଏମିତି କିଛି କହିଛନ୍ତି ଜଣେ ନିରାଶ୍ରୟ ମାଆ । ଗୁହାରୀ କରିଛନ୍ତି ଯେ ଭୁଲ ମକଦ୍ଦମା ପାଇଁ ଔଷଧ ଖର୍ଚ୍ଚ ମଧ୍ୟ କରି ପାରୁନାହାଁନ୍ତି । 

ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ବୃଦ୍ଧା ଶାନ୍ତିଲତା ପଣ୍ଡା । ଝିଅ ବିବାହ ପରେ ଜ୍ୱାଇଁଙ୍କ ସହ ଜମି ହାତେଇବା ପାଇଁ ତାଙ୍କ ନାମରେ ଅନେକ ମକଦ୍ଦମା କରିଛନ୍ତି । ଝିଅ ଭାଗ ବାବଦକୁ ଜମି ନେଇଥିବା ବେଳେ ପୁଣି ଉଭୟ ଝିଅ ଓ ଜ୍ୱାଇଁ କେସ ମାଧ୍ୟମରେ ବଳ ପୂର୍ବକ ଜମି ହାତେଇବା ପାଇଁ କେସ କରିଥିବା କହିଛନ୍ତ ବୃଦ୍ଧା । ଏବେ ପୁଅ ଭାଗରେ ଥିବା ଗଢ଼ିଆକୁ ପୋତି ସମାନ ସ୍ଥାନରେ ଘର କିମ୍ବା ବ୍ୟବସାୟ କରିବା ନେଇ ଉଦ୍ୟମ କରୁଥିବା କହିଛନ୍ତି । 

ଏମିତି କି ପ୍ରାୟ ୧୦ଟି ମକଦ୍ଦମା କରିଚନ୍ତି । ଯେଉଁଥିପାଇଁ ଟଙ୍କା ଖର୍ଚ୍ଚ କରି ବୃଦ୍ଧା ଜଣକ ହଇରାଣ ହେଉଥିବା ବେଳେ ନିଜ ଔଷଧ ଖର୍ଚ୍ଚ ତୁଲାଇବା ପାଇଁ ମଧ୍ୟ ଅସମର୍ଥ ବୋଲି କହିଛନ୍ତି । ତେବେ ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରୀ ଜଣାଇଛନ୍ତି ବୃଦ୍ଧା । କିନ୍ତୁ ଘଟଣାକୁ ନେଇ ଝିଅ କିମ୍ବା ଜ୍ୱାଇଁଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.