ପୁଅ ମୃତ୍ୟୁ ପରେ ସ୍ମୃତିରେ ଗୀତ ଲେଖିଲେ ମାଆ, ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ପାଇଲେ ସ୍ଥାନ

Published By : Prameya-News7 Bureau | July 02, 2024 IST

ଭଦ୍ରକ ୦୨/୦୭: କିଛି ଦିନ ପରେ ପୁଅ ହୋଇଥାନ୍ତା ଡ଼ାକ୍ତର । ରାଜ୍ୟ ବାହାରେ ଡାକ୍ତରୀ ପାଠ୍ୟକ୍ରମର ଶେଷ ପରୀକ୍ଷା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଜୀବନ । ପୁଅକୁ ହରାଇ ସଚେତନତା କରାଇବା ଲକ୍ଷରେ ଗୀତ ଲେଖୁଥିଲେ ମା' । ଏବେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ ମାଆ ସୁଜାତା ଖଟୁଆ । 

ଭଦ୍ରକ ସହରର ନରିପୁର ଅଞ୍ଚଳର ସୁଜାତା ଖଟୁଆଙ୍କ ପୁଅ ରାଜ୍ୟ ବାହାରେ ମେଡିକାଲ ପାଠ୍ୟକ୍ରମ କରୁଥିଲେ । ତେବେ ଶେଷ ପରୀକ୍ଷା ପୂର୍ବରୁ ଏକ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଘରର ଏକ ମାତ୍ର ସନ୍ତାନକୁ ହରାଇ ପରିବାର ଦୁଃଖରେ ଭାଙ୍ଗିପଡିଥିଲେ । ପରେ ମା' ସୁଜାତା ଦୁର୍ଘଟଣାକୁ ନେଇ ଅନେକ ସଚେତନତାଧର୍ମୀ କବିତା ଓ ଗୀତ ଲେଖୁଥିଲେ । ଏହାକୁ ଆଧାର କରି ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.