ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକିଦେଲା ମା’ ! ବାପା କହୁଛି ମୋର ପୁଅ ଦରକାର, ବାହୁନି କାନ୍ଦୁଛି ଜେଜେମା’

Published By : Prameya-News7 Bureau | May 23, 2025 IST

ଯାଜପୁର : ୭ ବର୍ଷର ପୁଅକୁ ୧୮ହଜାର ଟଙ୍କାରେ ବିକ୍ରି କରିଦେଲା ଜନ୍ମକଲା ମା’ ! ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବଡ଼ଶୁଆର ପଞ୍ଚାୟତ ତୋଟାସାହି ଗ୍ରାମରୁ । ତୋଟାସାହି ଗ୍ରାମର ପ୍ରଶାନ୍ତ ପରିଡ଼ାଙ୍କ ପତ୍ନୀ ଟଙ୍କା ପାଇଁ ନିଜ ନିଜ ପୁଅକୁ ବିକ୍ରି କରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ପରିବାର ଲୋକ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ଘଟଣା  ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ସେପଟେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି । ନାତିକୁ ନପାଇ ବାହୁନି ବାହୁନି କନ୍ଦୁଛି ଜେଜେ ମା’ । ମୋ ନାତି ମୋତେ ଦରକାର ବୋଲି କହୁଛି । ବାପା କହୁଛି ମୋର ପୁଅ ଦରକାର । ତେବେ ଦାରିଦ୍ର୍ୟ ଓ ପାରିବାରିକ କଳହ ପାଇଁ ନିଜ ମା’ ତା ପୁଅକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

You Can Read:

ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ବକ୍ସ ନେବା ଅଭିଯୋଗ : ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.