ବାଂଲାଦେଶ ସୈନ୍ୟକୁ ଯୁଦ୍ଧ ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଲେ ମହମ୍ମଦ ୟୁନୁସ୍: ଚାଲିଛି ସମରାଭ୍ୟାସ୍

Published By : Prameya-News7 Bureau | January 05, 2025 IST

interet

ନୂଆଦିଲ୍ଲୀ: ଚାରିପଟୁ ଭାରତ ଭୂଭାଗରେ କଏଦ ଥିବା ବାଂଲାଦେଶ ଏବେ ଯୁଦ୍ଧ ଅଭ୍ୟାସ କରୁଛି। ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ବାଂଲାଦେଶ ଚଟଗାଓଁରେ ଟ୍ୟାଙ୍କ, ହେଲିକପ୍ଟର, ଓ ତୋପ ନେଇ ଯୁଦ୍ଧ ଅଭ୍ୟାସ କରୁଛି ବାଂଲାଦେଶ। 

ତେବେ ବାଂଲାଦେଶ କାହା ସହ ଯୁଦ୍ଧ କରିବ, କାହିଁକି ଯୁଦ୍ଧ ପ୍ରସ୍ତୁତି କରୁଛି ସେ ନେଇ ଏବେ କିଛି ଚିତ୍ର ସ୍ପଷ୍ଟ ହୋଇ ନାହିଁ। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ବାଂଲାଦେଶ ଯୁଦ୍ଧାଭ୍ୟାସ କରି ନିଜର ସୈନ୍ୟ ଶକ୍ତି ଦେଖାଇବାକୁ ଚେଷ୍ଟା କରୁଛି। 

ଏହି ଯୁଦ୍ଧାଭ୍ୟାସ ଅବସରରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ, ବାୟୁସେନା ମୁଖ୍ୟ ମାର୍ଶଲ ହସନ ମହମୁଦ ଖାନ ଏବଂ ନୈସେନା ବାହିନୀର ମୁଖ୍ୟ ଆଡମିରାଲ ଏମ ନଜମୁଲ ହାସନ ଉପସ୍ଥିତ ଥିଲେ। ଏହି ସମୟରେ ମହମ୍ମଦ ୟୁନୁସ କହିଥିଲେ ସେନା ସବୁବେଳେ ପ୍ରସ୍ତୁତ ରହିଛି। 

ସୂଚନା ଅନୁସାରେ ରାଜୱାଡ଼ୀ ସୈନ୍ୟ ପ୍ରଶିକ୍ଷଣ କ୍ଷେତ୍ରରେ ୫୫ ଇନ୍‌ଫେଣ୍ଟ୍ରି ଡିଭିଜନ ଦ୍ୱାରା ଆୟୋଜିତ ଯୁଦ୍ଧା ଅଭ୍ୟାସରେ ୟୁନୁସ କହିଛନ୍ତି ଯେ ଦେଶର ସାର୍ବଭୌମତ୍ୱର ରକ୍ଷା କରିବାକୁ ହେବ। ଯୁଦ୍ଧ ଜିତିବାକୁ ପ୍ରସ୍ତୁତି ନିହାତି ଆବଶ୍ୟକ। ଯେମିତି ଖେଳରେ ଦେଖା ଯାଏ ଯେ ଯେଉଁ ଧଳ ଅଧିକ ପ୍ରସ୍ତୁତ ଓ ଅଧିକ ପରିଶ୍ରମ କରିଥାଏ,ସେହି ଦଳ ଜିତିବାର ଅଧିକ ସମ୍ଭାବନା ଥାଏ। ଯୁଦ୍ଧରେ ଏହା ହିଁ ଘଟେ। ‘ସିଦ୍ଧତା’ (ଉତ୍କର୍ଷତା) ହାସଲ କରିବା ପାଇଁ ନିରନ୍ତର ପ୍ରସ୍ତୁତି ଆବଶ୍ୟକ। ସେନାର ବିଶ୍ୱାସ ଭରସା ବଢ଼ିଛି ବୋଲି ମହମ୍ମଦ ୟୁନୁସ କହିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.