ଆମେରିକାରେ ଭୟଙ୍କର ତୁଷାରଝଡ, ୭ ରାଜ୍ୟରେ ଜରୁରୀ ସ୍ଥିତି ଘୋଷଣା

Published By : Prameya-News7 Bureau | January 07, 2025 IST

ୱାଶିଂଟନ୍‌ ୦୭/୦୧: ଆମେରିକାରେ ଭୟଙ୍କର ତୁଷାରଝଡ଼ ହୋଇଛି । ଝଡ଼ ଷ୍ଟର୍ମ ବ୍ଲେୟାର ଯୋଗୁ ଅନେକ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ୭ ରାଜ୍ୟ କେଣ୍ଟକି, ଭର୍ଜିନିଆ, ୱେଷ୍ଟ ଭର୍ଜିନିଆ, କନ୍‌ସାସ୍‌, ଅର୍କାନସାସ୍‌, ମିସୋରୀ ଏବଂ ନ୍ୟୁ ଜର୍ସିର କେତେକ ସ୍ଥାନରେ ଜରୁରିକାଳୀନ ସ୍ଥିତି ଲାଗୁ ହୋଇଛି । 

ସାଧାରଣତଃ ଉଷ୍ମ ରହୁଥିବା ଫ୍ଲୋରିଡାରେ ବି ପ୍ରବଳ ବରଫପାତ ହେଉଛି । କନ୍‌ସାସ୍‌ ଏବଂ ମିସୋରି ପାଇଁ ସ୍ୱତନ୍ତ୍ର ଚେତାବନୀ ଜାରି ହୋଇଛି । ଏଠାରେ ଘଣ୍ଟାପ୍ରତି ୭୨ କିମି ବେଗରେ ଥଣ୍ଡା ପବନ ବହୁଛି । ୱାଶିଂଟନ୍‌ ଡିସିର କେତେକ ସ୍ଥାନରେ ୧୬ ଇଞ୍ଚର ବରଫ ଜମାହୋଇଛି । ରାସ୍ତାସାରା ବରଫ ଛାଇହୋଇଯାଇଛି । ଆମେରିକା ନ୍ୟାସନାଲ ୱେଦର ସର୍ଭିସ୍‌ ଅନୁସାରେ, ବରଫଝଡ଼ ଯୋଗୁ ୬ କୋଟିରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । 

\ପୋଲାର ଭର୍ଟେକ୍ସ (ଧ୍ରୁବୀୟ ଘୂର୍ଣ୍ଣିଝଡ଼) ଯୋଗୁ ଏହି ତୁଷାରଝଡ଼ ହୋଇଛି । ପୋଲାର ଭର୍ଟେକ୍ସ କାଉଣ୍ଟର କ୍ଲକ୍‌ ୱାଇଜ୍‌ ବା ଘଣ୍ଟାର ବିପରୀତ ଦିଗରେ ଗତି କରିଥାଏ । ଏହାର ଭୌଗୋଳିକ ସରଞ୍ଚନା ଯୋଗୁ ସାଧାରଣତଃ ଏହା ଉତ୍ତର ଧ୍ରୁବ ଚାରିପଟେ ଘୂରିଥାଏ ଏବଂ ଦକ୍ଷିଣ ଆଡ଼କୁ ଗତି କରିଥାଏ । ଏହି କାରଣରୁ ଆମେରିକା, ୟୁରୋପ ଏବଂ ଏସିଆରେ ପ୍ରବଳ ଥଣ୍ଡା ଲାଗିଥାଏ । ଏବେ ଆମେରିକାରେ ପୋଲାର ଭର୍ଟେକ୍ସ ଯୋଗୁ ଏପରି ସ୍ଥିତି ରହିଛି । ଆଗକୁ ଧ୍ରୁବୀୟ ବାୟୁ ୟୁରୋପ ଏବଂ ଏସିଆରେ ବି ଚାଲିପାରେ । 

ବରଫଝଡ଼ ଯୋଗୁ ଆମେରିକୀୟ ଏୟାରଲାଇନ୍ସ ସୋମବାର ୧,୩୦୦ରୁ ଊଦ୍ଧ୍ୱର୍ ବିମାନ ବାତିଲ କରିଛି । ୪୧୪ ବିମାନ ବିଳମ୍ବ ହୋଇଛି । ସେହିପରି ଅନେକ ଟ୍ରେନ୍‌ ମଧ୍ୟ ବାତିଲ ହୋଇଛି । ଆମେରିକାର ଦୁଇ ତୃତୀୟାଂଶ ଭାଗରେ ଭୀଷଣ ଥଣ୍ଡା ପଡ଼ିବା ନେଇ ସତର୍କ କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.