ହାଇପର ଆକ୍ଟିଭ୍ ମୁଡରେ ଡୋନାଲ୍ଡ ଟ୍ରମ୍ପ; କାନାଡ଼ାକୁ ଆମେରିକା ମ୍ୟାପ୍‌ରେ କଲେ ସାମିଲ୍

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ: ହାଇପର ଆକ୍ଟିଭ୍ ମୁଡରେ ଆମେରିକାର ନବର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ନିଜ ଏଜେଣ୍ଡାରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି । ସେ କାନାଡ଼ାକୁ ନେଇ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । କାନାଡାକୁ ଆମେରିକାର ୫୧ତମ ରାଜ୍ୟ ଭାବେ ବିଲୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ସେ ଆମେରିକାର ଦୁଇଟି ମ୍ୟାପ୍ ସେୟାର କରିଛନ୍ତି ।  


ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଟ୍ରୁଥ୍‌ରେ ଦୁଇଟି ମ୍ୟାପ୍ ସେୟାର କରିଛନ୍ତି । ଯେଉଁଥିରେ ସେ କାନାଡ଼ାକୁ ଆମେରିକା ମ୍ୟାପ୍ ଦର୍ଶାଇଛନ୍ତି ଏବଂ ଅନ୍ୟ ଏକ ମ୍ୟାପରେ ପଡ଼ୋଶୀ ରାଷ୍ଟ୍ର କାନାଡ଼ାକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ‘କାନାଡ଼ା ଷ୍ଟେଟ୍ ଅଫ୍ USA’ ବୋଲି ଲେଖି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । କାନାଡ଼ାର ବିଭିନ୍ନ ରାଜନୈତିକ ଦଳ ନେତାମାନେ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି । ଜଷ୍ଟିନ୍ ଟ୍ରୁଡୋ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କାନାଡ଼ା ଆମେରିକାରେ ବିଲୟ ହେବାର କୌଣସି ସମ୍ଭାବନା ନାହିଁ । ସଂଯୁକ୍ତ ରାଷ୍ଟ୍ର ଆମେରିକାର ଅଂଶ ହେବ ନାହିଁ ବୋଲି କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.