ନର୍ସ ନିମିଷା ପ୍ରିୟା ଜଣେ ହୁତି ବନ୍ଦୀ; ମୃତ୍ୟୁଦଣ୍ଡ ଉପରେ ଏଯାଏଁ ମିଳିନି ରାଷ୍ଟ୍ରପତିଙ୍କ ମଞ୍ଜୁରୀ

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ: କେଳର ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ମୃତ୍ୟୁଦଣ୍ଡ ମିଳିଛି । ଜଣେ ୟେମେନ ନାଗରିକଙ୍କୁ ହତ୍ୟା ମାମଲାରେ କୋର୍ଟ ତାଙ୍କୁ ଫାଶି ଦଣ୍ଡ ଶୁଣାଇଛନ୍ତି । ମାତ୍ର ୟେମେନ ରାଷ୍ଟ୍ରପତି ଏହାକୁ ଏଯାଏଁ ମଞ୍ଜୁରୀ ପ୍ରଦାନ କରିନାହାନ୍ତି । ଏନେଇ ନୂଆଦିଲ୍ଲୀକୁ ୟେମେନ ଦୂତାବାସ ସ୍ପଷ୍ଟ କରିଛି । ମିଡିଆ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ରାଷ୍ଟ୍ରଦୂତ କହିଛନ୍ତି, ଏହି ମାମଲା ୟେମେନର ହୁତି ନିୟନ୍ତ୍ରଣ କ୍ଷେତ୍ରରେ ହୋଇଛି । ତେଣୁ ରାଷ୍ଟ୍ରପତି ଏବଂ ପ୍ରେସିଡେନ୍ସାଲ ଲିଡରସିପ୍ କାଉଁସିଲର ଚେୟାର ମ୍ୟାନ୍ ରଶଦ ଅଲ୍-ଅଲିମୀ ମୃତ୍ୟୁ ଦଣ୍ଡାଦେଶ ଉପରେ ଏଯାଏଁ ମୋହର ମାରିନାହାନ୍ତି । 

କେରଳ ପଲକ୍କଡ଼ ଜିଲ୍ଲାର ବାସିନ୍ଦା ନର୍ସ ନିମିଷା ପ୍ରିୟାଙ୍କୁ ୨୦୧୭ ମସିହା ଜୁଲାଇରେ ୟେମେନର ଏକ କୋର୍ଟ ଜଣେ ନାଗରିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ନିମିଷା ଏବେ ରାଜଧାନୀ ସନାର ଏକ ଜେଲ୍ ବନ୍ଦୀ ହୋଇ ରହିଛନ୍ତି । ଯାହା ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ରହିଛି । ୨୦୨୦ରେ ଏକ ଟ୍ରାଏଲ କୋର୍ଟ ତାଙ୍କୁ ଫାଶି ଦଣ୍ଡାଦେଶ ସଜା ଶୁଣାଇଥିଲେ । ଯାହାକୁ ୨୦୨୩ରେ ୟେମେନ ସୁପ୍ରିମ ଜୁଡ଼ିସିଆଲ୍ କାଉଁସିଲ୍ କାଏମ୍ ରଖିଛନ୍ତି । ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି ଗତ ସପ୍ତାହରୁ ଏହି ମାମଲାରେ ନଜର ରଖିଛନ୍ତି କେନ୍ଦ୍ର ସରକାର ଏବଂ ଯଥା ସମ୍ଭବ ସହଯୋଗ କରୁଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.