ବାଂଲାଦେଶର ପ୍ରତ୍ୟର୍ପଣ ଦାବି ବେଳେ ଶେଖ ହସିନାଙ୍କ ଭିସା ଅବଧି ବଢ଼ାଇଲା ଭାରତ !

Published By : Prameya-News7 Bureau | January 08, 2025 IST

indiatoday

ନୂଆଦିଲ୍ଲୀ: ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କର ପ୍ରତ୍ୟର୍ପଣ ବାଂଲାଦେଶ ଭାରତକୁ ଅନୁରୋଧ କରିଥିବା ବେଳେ ଭାରତ ଏହାର ଓଲଟା କାର୍ଯ୍ୟ କରିଛି। ଭାରତରେ ଥିବା ଶେଖ ହସିନାଙ୍କ ଭିଜା ଅନୁମତିକୁ ବଢାଇ ଦେଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହି ଖବର ପ୍ରକାଶ କରିଛି।  

ଶେଖ ହସିନା ଗତବର୍ଷ ଅଗଷ୍ଟ ମାସରୁ ଠାରୁ ଭାରତରେ ରହୁଛନ୍ତି। ବାଂଲାଦେଶ ଛାତ୍ର ଆନ୍ଦୋଳନ ତେଜିବାରୁ ଅଗଷ୍ଟରେ ତାଙ୍କ ଆୱାମୀ ଲିଗ୍ ସରକାରରେ ପତ୍ତନ ହୋଇଥିଲା। ଏହାପର ଠାରୁ ସେ ଭାରତରେ ରହି ଆସୁଛନ୍ତି। 

ଶେଖ ହସିନାଙ୍କ ଭିଜା ଅନୁମତି ବଢ଼ାଇ ଦିଆଯାଇଛି ବୋଲି ଘଟଣା ସହିତ ସମ୍ପୃକ୍ତ ଜଣେ ବିଶେଷ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଶେଖ ହସିନାଙ୍କୁ ଭାରତରେ ଆଶ୍ରୟ ଦିଆଯାଇଥିବା ଦାବିକୁ ସେ ଅସ୍ୱୀକାର କରିଛନ୍ତି। ଏ ନେଇ ସେ କହିଛନ୍ତି ଯେ ଆଶ୍ରୟ ଦେବା ପାଇଁ ଭାରତରେ ନିର୍ଦ୍ଦିଷ୍ଟ ଆଇନର ଅଭାବ ରହିଛି। ତେବେ ତାଙ୍କ ଭିସା ଅନୁମତି ବୃଦ୍ଧି କରିବାକୁ ଆଶ୍ରୟ ଦେବା ଭାବେ ବ୍ୟାଖ୍ୟା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ତାଙ୍କ ବିସା ଅବଧି ବଢାଇବା ତାଙ୍କର ଭାରତରେ ରହିବାର ସୁବିଧା କରିବା ସହିତ ସମାନ।  ତେବେ ଭାରତରେ ତାଙ୍କୁ ଏକ ସୁରକ୍ଷିତ ଘରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ବୋଲି ବିଶେଷ ସୂଚନା ମିଳିଛି।  

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ଡିସେମ୍ବର ୨୩ରେ ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ଆନୁଷ୍ଠାନିକ ଭାବେ ଭାରତ ପାଖରେ ଦାବି ଜଣାଇଥିଲେ।  ହସିନାଙ୍କୁ ୨୦୨୪ ଛାତ୍ର ଆନ୍ଦୋଳନରେ ହିଂସା ତଥା ଲୋକଙ୍କ ନିଖୋଜ ଘଟଣା, ଏଥିରେ ୫୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହିସବୁ ଭୁଲ୍ ପାଇଁ ଶେଖ ହସିନାଙ୍କ ବିରୋଧରେ ମାମଲା ରୁଜୁ କରିବା ଦରକାର, ଏବଂ ସେ ବାଂଲାଦେଶ ଆସି କୋର୍ଟରେ ଏହାର ଲଢ଼େଇ ଲଢ଼ିବା ଦରକାର ବୋଲି ବାଂଲାଦେଶ ସରକାର ଦାବି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.