ଭୟ କରିବାର କାରଣ ନାହିଁ...HMPVକୁ ସାଧାରଣ ଭାଇରସ କହିଲା WHO

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ: ଚୀନ ପରେ ଏହାର ପଡ଼ୋଶୀ ଦେଶକୁ ବ୍ୟାପିଥିବା ଏଚ୍‌ଏମ୍‌ପିଭି ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ପ୍ରତିକ୍ରିୟା ସାମନାକୁ ଆସିଛି । WHO ଏହାକୁ ଏକ ସାଧାରଣ ଭାଇରସ ବୋଲି କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁସାରେ HMPV ଅର୍ଥାତ୍ ହ୍ୟୁମନ ମେଟାନ୍ୟୁମୋଭାଇରସ ନୂଆ ନୁହେଁ । ୨୦୦୧ ମସିହାରେ ଏହାକୁ ଆବିଷ୍କାର କରାଯାଇଥିଲା । ଏହା ଦୀର୍ଘ ବର୍ଷରୁ ଲୋକଙ୍କ ମଧ୍ୟରେ ରହିଛି ଏବଂ ଶୀତ ଦିନରେ ଏହା ବଢିଥାଏ ।

ଚୀନରେ ଏଚ୍‌ଏମ୍‌ପିଭିର ଅନେକ ମାମଲା ସାମନାକୁ ଆସିଥିଲା । ଏହାପରେ ଭାରତରେ ବି ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭାଇରସ୍ କରୋନା ପରି ଭୟଙ୍କର ସ୍ଥିତି ସୃଷ୍ଟି କରିବ ବୋଲି ଆଶଂକା ବି କରାଯାଉଥିଲା । ତେବେ ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଲୋକଙ୍କୁ ଭୟଭୀତ ନହେବା ପାଇଁ ଅପିଲ୍ କରିଥିଲେ । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ନିଜ ବୟାନ ଦେଇଛି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସ ଉପରେ ଏକ ପୋଷ୍ଟ କରିଛି । ହୁ କହିଛି ଏଚଏମପିଭି କୌଣସି ନୂଆ ଭାଇରସ ନୁହେଁ । ୨୦୦୧ରେ ଏହି ଭାଇରସକୁ ଚିହ୍ନଟ କରାଯାଇଥିଲା ଏବଂ ଲୋକଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଅଛି । ଏହା ଏକ ସାଧାରଣ ଭାଇରସ । ଶୀତ ଏବଂ ବସନ୍ତ ଋତୁରେ ଏହା ବ୍ୟାପିଥାଏ । ଏହାଦ୍ୱାରା ଶ୍ୱାସକ୍ରିୟା ସହ ଜଡ଼ିତ ସମସ୍ୟା ଏବଂ ଜ୍ୱର ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.