ନୂଆଦିଲ୍ଲୀ ୦୮।୦୧: ଇତିହାସ ରଚୁଛି ଟେକ୍ନୋଲୋଜି । ପୁଣି ଆଉ ଏକ ପାଦ ଆଗକୁ ବଢିଲା । ଏଣିକି ମସ୍ତିଷ୍କ ପଢିବ ମେସିନ୍ । ରୋଗୀଙ୍କ ମସ୍ତିଷ୍କ ପଢିବ ଏକ ଡିଭାଇସ୍ । ତେବେ ଏହି ଡିଭାଇସ୍ର ପରୀକ୍ଷଣ କରିଛି ଚୀନ । ଟେକନୋଲୋଜି ଦୁନିଆରେ ସବୁଠାରେ ଆଗରେ ରହିଛି ଚାଇନା ।
ଏହି ମାମଲାରେ ଚୀନ, ଜାପାନ ଏବଂ ଆମେରିକା ପରି ଦେଶକୁ ଦେଉଛି ଟକ୍କର । ଏହାରି ମଧ୍ୟରେ ଏହି ଟେକ୍ନିକ୍ ଆଣିଛି ଡ୍ରାଗନ୍ । ମଣିଷଙ୍କ ମସ୍ତିଷ୍କ ପଢିବା ନେଇ ଅନେକ ସମୟରୁ ପରୀକ୍ଷଣ କରୁଥିଲା । ଯେଉଁଥିରେ ବର୍ତ୍ତମାନ ସଫଳ ହୋଇଛି ଡ୍ରାଗନ୍ ।
ଚାଇନାର ଷ୍ଟାର୍ଟଅପ୍ ନ୍ୟୁରୋଆକ୍ସେସ୍ ୨ଟି ପରୀକ୍ଷଣରେ ସଫଳ ହୋଇଛି । ଏହାର ଫ୍ଲେକ୍ସିବଲ୍ ମସ୍ତିଷ୍କ-କମ୍ପ୍ୟୁଟର ଇଣ୍ଟରଫେସ୍ (BCI) ଡିଭାଇସ୍ ରିଅଲ୍ ଟାଇମ୍ରେ ମସ୍ତିଷ୍କ ରୋଗୀଙ୍କ ମୁଣ୍ଡରେ ଚାଲିଥିବା ଚିନ୍ତାଧାରାକୁ ଡିକୋଡ୍ କରିଥିଲା । ଏହାସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ପରୀକ୍ଷଣରେ ରିଅଲ୍ ଟାଇମ୍ରେ ଚାଇନିଜ୍ ଭାଷଣକୁ ଡିକୋଡ୍ କରିଛି ।
ସିଂହୁଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୪ରେ ଫୁଡାନ୍ ୟୁନିଭରସିଟି ସହିତ ଜଡିତ ହୁଆଶାନ୍ ହସ୍ପିଟାଲର ନ୍ୟୁରୋ ସର୍ଜନମାନେ ୨୫୬-ଚ୍ୟାନେଲ୍, ହାଇ-ଥ୍ରୋପଟ୍ ଫ୍ଲେକ୍ସିବଲ୍ ବିସିସିଆଇ ଡିଭାଇସ୍ ପ୍ରତିରୋପଣ କରିଥିଲେ । ଯାହାକି ୨୧ବର୍ଷ ବୟସ୍କା ମହିଳା ରୋଗୀଙ୍କଠାରେ ସାଂଘାଇ ସ୍ଥିତ ନ୍ୟୁରୋ ଆକସେସ୍ ଦ୍ୱାରା ପ୍ରତିରୋପଣ କରାଯାଇଥିଲା ।
ପୀଡିତ ବ୍ୟକ୍ତି ମସ୍ତିଷ୍କର ବ୍ୟବହାର କରି ସଫ୍ଟୱେୟାରକୁ ନିୟନ୍ତ୍ରଣ କରିବା, କୌଣସି ବସ୍ତୁ ଉଠାଇବା, ଭାଷଣ ମାଧ୍ୟମରେ ଡିଜିଟାଲ ଅବତାର ଚଳାଇବା ଏବଂ ଏଆଇ ମଡେଲ ସହିତ ଯୋଗାଯୋଗ କରିବା ପାଇଁ BCI ଟେକ୍ନୋଲୋଜିର ସାହାଯ୍ୟ ନିଆଯାଇଥିଲା ।
ନ୍ୟୁରୋଆକ୍ସେସ୍ ଅନୁଯାୟୀ, ଟିମ୍ ରୋଗୀର ମସ୍ତିଷ୍କ ସଙ୍କେତର ଉଚ୍ଚ-ଗାମା ବ୍ୟାଣ୍ଡରୁ ଇଲେକ୍ଟ୍ରୋକୋର୍ଟିକୋଗ୍ରାମ୍ (ECoG) ବିଶେ,ତାକୁ ବାହାର କରିଥିଲା ଏବଂ ରିଅଲ୍ ଟାଇମରେ ଡିକୋଡ୍ କରିବା ପାଇଁ ଏକ ନ୍ୟୁରଲ୍ ନେଟୱାର୍କ ମଡେଲକୁ ତାଲିମ ଦେଇଥିଲା । ଏହା ୬୦ ମିଲିସେକେଣ୍ଡରୁ କମ୍ ସମୟରେ ସିଷ୍ଟମ୍ ବିଳମ୍ବତା ହାସଲ କରିଥିଲା ଏବଂ ଅସ୍ତ୍ରୋପଚାରର କିଛି ମିନିଟ୍ ମଧ୍ୟରେ ମସ୍ତିଷ୍କ କାର୍ଯ୍ୟ କ୍ଷେତ୍ରକୁ ସଠିକ୍ ଭାବରେ ଚିହ୍ନି ପାରିଥିଲା ।