ବାବା ସିଦ୍ଦିକି ନୁହେଁ ଟାର୍ଗେଟ୍‌ରେ ଥିଲେ ଜିଶାନ ସିଦ୍ଦିକି ! ଅଳ୍ପକେ ବର୍ତ୍ତିଲା ଜୀବନ

Published By : Prameya-News7 Bureau | October 13, 2024 IST

ମୁମ୍ଵାଇ ୧୩।୧୦; ମହାରାଷ୍ଟ୍ରର ପୂର୍ବତ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକି । ଶନିବାର ରାତିରେ ଗୁଳି ବିନିମୟରେ ମୃତ୍ୟୁ ଘଟିଛି। ଗୁଳି ବିନିମୟ ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ହତ୍ୟା ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।

ବର୍ତ୍ତମାନ ସୂଚନା ସାମ୍ନାକୁ ଆସୁଛି ଯେ ବାବା ସିଦ୍ଦିକିଙ୍କ ପୁଅ ବିଧାୟକ ଜିଶାନ ସିଦ୍ଦିକି ଏହି ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଛନ୍ତି। ବାବା ସିଦ୍ଦିକି ଏବଂ ଜିଶାନ ସିଦ୍ଦିକି ଖେରୱାଡି ନିକଟରେ ଥିବା କାର୍ଯ୍ୟାଳୟରେ ଥିଲେ। ଦୁହେଁ ଏକାଠି ଘରକୁ ଯିବାକୁ ବାହାରୁଥିଲେ, କିନ୍ତୁ ଜିଶାନ୍ ଫୋନ୍‌ ଆସିଥିଲା ଏବଂ ସେ ସେଠାରୁ ତୁରନ୍ତ ଚାଲିଯାଇଥିଲେ ।  ଜିଶାନ ସିଦ୍ଦିକି ଅଫିସରୁ ବାହାରିବାର ୫ ମିନିଟ ମଧ୍ୟରେ ବାବା ସିଦ୍ଦିକିଙ୍କୁ ଆକ୍ରମଣ କରାଯାଇଥିଲା।

ବର୍ତ୍ତମାନ ଜିଶାନ୍ ସିଦ୍ଦିକି Y ବର୍ଗର ସୁରକ୍ଷାରେ ଅଛନ୍ତି। ୧୫ ଦିନ ପୂର୍ବରୁ ଜିଶାନ ସିଦ୍ଦିକିଙ୍କୁ ଏକ ଧମକ ମିଳିଥିଲା, ଯାହା ପରେ ତାଙ୍କ Y କାଟଗରୀ ସୁରକ୍ଷା ଦିଆଯାଇଥିଲା । ଯେତେବେଳେ ଗୁଳି ଚଳାଯାଇଥିଲା ସେତେବେଳେ ଜିଶାନ ସିଦ୍ଦିକିଙ୍କ କାର ଆଗରେ ଏବଂ ବାବା ସିଦ୍ଦିକିଙ୍କ କାର ପଛରେ ଥିଲା।

୯.୯ ମିମି ପିସ୍ତଲ ବ୍ୟବହାର

ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଳମ୍ବିତ ରାତିରେ ଗୁଳି କରାଯାଇଥିଲା। ତାଙ୍କୁ ଲୀଲାବତୀ ଡାକ୍ତରଖାନାକୁ ନିଆଯାଇଥିଲା। ଏନସିପି ନେତା ବାବା ସିଦ୍ଦିକିଙ୍କ ଗୁଳିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ଏବଂ ମୁମ୍ବାଇ ପୋଲିସର ସୂଚନାନୁସାରେ ଏହି ଗୁଳିରେ ୯.୯ ମିଲିମିଟର ପିସ୍ତଲ ବ୍ୟବହାର କରାଯାଇଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.