ସାରିଗାଡାରେ ଡବଲ ମର୍ଡର, ଜମିଜମା ବିବାଦରୁ ଘରେ ପଶି ବାପ-ପୁଅଙ୍କୁ ମାରିଦେଲେ

Published By : Prameya-News7 Bureau | May 03, 2025 IST

ରାୟଗଡ଼ା/ଗୁଣପୁର ୦୩।୦୫: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତ ସାରିଗାଡ଼ାରେ ଡବଲ ମର୍ଡର । ଲିକିଟିପଦର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସୁମ ଗମାଙ୍ଗଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଗାଁ ଦାଣ୍ଡରେ ପଡିଛି ଉଭୟଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ସରପଞ୍ଚଙ୍କ ପରିବାର ଘରେ ଥିବା ବେଳେ କିଛି ଲୋକ ପଶି ଯୁକ୍ତତର୍କ କରିଥିଲେ । ଏପିରିକି ମାରଣାସ୍ତ୍ର ଧରି ମଧ୍ୟ ଆକ୍ରମଣ କରିଥିଲେ । ଯେଉଁଥିରେ ସରପଞ୍ଚ ଜୀବନ ବିକଳରେ ଦୌଡି ପଳାଇଥିଲେ । ହେଲେ ପୁଅ ଓ ସ୍ୱାମୀ ଘରେ ରହିଯାଇଥିଲେ । ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା । ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ଘର ଦାଣ୍ଡରେ ଉଭୟ ବାପ-ପୁଅଙ୍କ ମୃତଦେହ ପଡିଛି । 

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏପରିକି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବାକି ଯଦି ଆବଶ୍ୟକ ପଡେ, ତେବେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ । ତେବେ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହେଲେ ଏବେ ଯାଏଁ ହତ୍ୟାର ସଠିକ କାରଣ ଜଣାପପଡିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ଏବଂ ସାଇଣ୍ଟିଫିକ୍‌ ରିପୋର୍ଟ ପରେ ହିଁ  ମୃତ୍ୟୁର ସଠିକ କଥା ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି । 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.