ନୂଆଦିଲ୍ଲୀ ୦୧।୦୪: ସତ ହେଲା ଭବିଷ୍ୟବାଣୀ । ତାଣ୍ତବ ରଚିଲା ଭୂକମ୍ପ । ୩ ସପ୍ତାହ ପୂର୍ବରୁ ହୋଇଥିଲା ଭୂକମ୍ପର ପୂର୍ବାନୁମାନ । ଜଣେ ସାଧାରଣ ଦେଖାଯାଉଥିବା ବାଳକ କରିଥିଲେ ଏହି ପୂର୍ବାନୁମାନ । ଥାଇଲ୍ୟାଣ୍ଡ ଓ ମିଆଁମାରରେ ପ୍ରକୃତି ଦେଖାଇଛି କରାଳରୂପ । ଶକ୍ତିଶାଳୀ ଭୂକମ୍ପରେ ଥରିଛି ୨ ଦେଶ ।
ଶୁକ୍ରବାର ଆସିଥିଲା ୭.୭ ତ୍ରୀବ୍ରତାର ଭୟାନକ ଭୂକମ୍ପ । ଏହି ଝଟକା କାରଣରୁ ଭୁଷୁଡି ପଡିଛି ବଡ ବଡ କୋଠା । ଛାରଖାର ହୋଇଯାଇଛି ଚାରିଆଡ । ଭୂକମ୍ପରେ ଚାଲିଯାଇଛି ପାଖାପାଖି ହଜାରେ ଜୀବନ । ଏମିତିକି ୧୬୭୦ ଜଣ ହୋଇଛନ୍ତି ଆହାତ । ତେବେ ଏହି ଭୟାନକ ଭୂକମ୍ପ ପରେ ଚର୍ଚ୍ଚାରେ ସାଧାରଣ ବାଳକ । ସମସ୍ତଙ୍କ ମନରେ ପ୍ରଶ୍ନ କିଏ ଏହି ବାଳକ ? ଯିଏ ଭୂକମ୍ପ ନେଇ ପୂର୍ବରୁ କରିସାରିଥିଲେ ଭବିଷ୍ୟବାଣୀ ।
ନାଁ ହେଉଛି ଅଭିଜ୍ଞ ଆନନ୍ଦ । ବୟସ ମାତ୍ର ୨୦ ବର୍ଷ । ମାତ୍ର ୧୧ ବର୍ଷରୁ ହିଁ ସିଖୁଛନ୍ତି ଜ୍ୟୋତିଷ ବିଦ୍ୟା । ସେ ମୂଳତଃ କର୍ଣ୍ଣାଟକର ମୈସୁରର ବାସିନ୍ଦା । ସେ ସବୁଠାରୁ କମ୍ ବୟସର ଜ୍ୟୋତିଷ । ସେ ମାତ୍ର ୭ ବର୍ଷ ବୟସରେ ସମ୍ପୂର୍ଣ୍ଣ ଭଗବଦ ଗୀତା ମୁଖସ୍ଥ କରିସାରିଥିଲେ । ଅଭିଜ୍ଞ ବହୁତ କମ୍ ବୟସରୁ ସଂସ୍କୃତ ଶିଖିବା ଆରମ୍ଭ କରିଥିଲେ । ସେ କହିଥିଲେ ଯେ ତାଙ୍କ ମାଆ ତାଙ୍କୁ ଏହା କରିବାକୁ ଉତ୍ସାହିତ କରିଥିଲେ । ଅଭିଜ୍ଞ ଏକ ଭିଡିଓ ଚ୍ୟାନେଲ୍ ଚଲାନ୍ତି । ଯେଉଁଥିରେ ଶହ ଶହ ଭିଡିଓ ଅପଲୋଡ୍ ହୁଏ ।
ଏଥିରେ ଅଭିଜ୍ଞ ଅନେକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଭୂକମ୍ପ ନେଇ ସେ ୩ ସପ୍ତାହ ପୂର୍ବରୁ କରିସାରିଥିଲେ ଭବିଷ୍ୟବାଣୀ । ଏହାବ୍ୟତୀତ ସେ ତାରିଖ ସହିତ ସ୍ଥାନ ବିଷୟରେ ନକ୍ସା ଜରିଆରେ କହିଥିଲେ । ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ମାର୍ଚ୍ଚ ୧ରେ ହୋଇଥିଲା ଏକ ଭିଡିଓ ଅପ୍ଲୋଡ୍ । ଏଥିରେ ହିଁ ଅଭିଜ୍ଞ ଭୂକମ୍ପ ହେବା ନେଇ କରିଥିଲେ ଦାବି । ସେ କହିଥିଲେ କି ଆଗାମୀ କିଛି ଦିନରେ ହେଉ କିମ୍ବା ବର୍ଷର ମଧ୍ୟଭାଗରେ ହେବ ବଡ ଭୂକମ୍ପ । ଆଉ ଏହା ତାଣ୍ଡବ ରଚିବ । ଯାହା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି ।
ଅଭିଜ୍ଞଙ୍କ କହିବା ଅନୁଯାୟୀ ସେ ଏହି ମାର୍ଗରେ ଚାଲିବା ପାଇଁ ତାଙ୍କୁ ଭଗବାନ କୃଷ୍ଣ ବାଟ କଢାଇଛନ୍ତି । ସେ ନା କେବଳ ସଂସ୍କୃତ ଏବଂ ଜ୍ୟୋତିଷ ଶିଖିଛନ୍ତି ତାନୁହେଁ, ସେ ୨୦୧୮ରେ ଆରମ୍ଭ ହୋଇଥିବା ତାଙ୍କ ପ୍ରତିଷ୍ଠାନ ପ୍ରଜ୍ଞା ଜ୍ୟୋତିଷ ମାଧ୍ୟମରେ ୧୨୦୦ ପିଲା ଏବଂ ୧୫୦ ଗବେଷକଙ୍କୁ ପାଠ ପଢ଼ାଉଛନ୍ତି । ଅଭିଜ୍ଞ ମାତ୍ର ୧୨ ବର୍ଷ ମଧ୍ୟରେ ବାସ୍ତୁ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ଅଭିଜ୍ଞଙ୍କ ଚ୍ୟାନେଲ ଅନୁଯାୟୀ, ସେ ଦାବି କରିଛନ୍ତି ଯେ ସେ ଅତୀତରେ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ୍ୟ ପ୍ରମାଣିତ ହୋଇଛି । ପୂର୍ବରୁ ଅଭିଜ୍ଞ ୨୦୨୦ରେ କୋଭିଡ୍, ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ, ୨୦୨୩ରେ ହମାସ ଆତଙ୍କବାଦୀ ଆକ୍ରମଣ, ୨୦୨୪ରେ ବାଂଲାଦେଶରେ ବିଦ୍ରୋହ ବିଷୟରେ କରିଥିଲେ ଭବିଷ୍ୟବାଣୀ ।