କୁମ୍ଭ, ଅର୍ଦ୍ଧ କୁମ୍ଭ ପରେ କେଉଁଠାକୁ ଯାଆନ୍ତି ନାଗାସାଧୁ ? ଜାଣନ୍ତୁ ରହସ୍ୟମୟୀ ଦୁନିଆ ବିଷୟରେ...

Published By : Prameya-News7 Bureau | January 16, 2025 IST

ନୂଆଦିଲ୍ଲୀ ୧୬।୦୧: ଚାଲିଛି କୁମ୍ଭମେଳା । ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା । ପ୍ରତି ୧୨ ବର୍ଷରେ ପଡୁଥିବା କୁମ୍ଭମେଳା କୁହାଯାଏ । ସେହିପରି ୬ ବର୍ଷ ବ୍ୟବଧାନରେ ଆସିଥାଏ ଅର୍ଦ୍ଧ କୁମ୍ଭ ମେଳା । ଏହି ସମୟରେ ଏକତ୍ରିତ ହୋଇଥାନ୍ତି ହଜାର ହଜାର ନାଗା ସନ୍ନ୍ୟାସୀ । କିନ୍ତୁ ମେଳା ସରିବା ପରେ ଏମାନେ ରହସ୍ୟମୟ ଭାବେ ହୋଇଯାଆନ୍ତି ଅନ୍ତର୍ଦ୍ଧାନ । 

ଏହି ସମୟରେ ସେମାନେ କେଉଁଠି ରହନ୍ତି ସେ ସଂପର୍କରେ କେହି ବି ପାଆନ୍ତିନି ସୂଚନା । ତେଣୁ ଶତାଦ୍ଦୀ ଧରି ଆସ୍ଥା ଓ ରହସ୍ୟର ପ୍ରତୀକ ପାଲଟିଛନ୍ତି ନାଗାମାନେ । ବିଶ୍ୱାସ କରାଯାଏ ଯେ, କୁମ୍ଭ ମେଳା ପରେ ସେମାନେ ନିରବତା ଓ ଆଧ୍ୟାତ୍ମିକ ଉପଲବ୍ଧି ସନ୍ଧାନରେ ଘନ ଜଙ୍ଗଲକୁ ପଳାନ୍ତି । 

ବିଶେଷ କରି ରାତ୍ରିର ଅନ୍ଧକାର ସମୟରେ ଆରମ୍ଭ ହୋଇଥାଏ ଏହି ପ୍ରସ୍ଥାନ ଯାତ୍ରା । ସମାଜର ନଜରରୁ ଦୂରେଇ ରହିବାକୁ ଜାଣିଶୁଣି ଏଭଳି କରିଥାନ୍ତି ସେମାନେ । ନାଗା ସାଧୁଙ୍କର ପ୍ରତି ଦଳ ବା ଆଖଡ଼ାରେ ଜଣେ କୋଟୱାଲ ସଂଯୋଜକ ଭୂମିକା ନିର୍ବାହ କରନ୍ତି । ଆଖଡ଼ା ଓ ସାଧୁଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେଉଛି ସେମାନଙ୍କର କାମ । 

ଜଙ୍ଗଲରେ ରହିବା ସମୟରେ ସାଧୁମାନଙ୍କୁ ଯେପରି ଆବଶ୍ୟକ ସଂସାଧନ ଓ ସହାୟତା ମିଳିପାରିବ ତାହା ସେ ସୁନିଶ୍ଚିତ କରନ୍ତି । ନାଗା ସାଧୁମାନେ ଗୁମ୍ପା ମଧ୍ୟକୁ ଚାଲିଯିବା ପରେ କୋଟୱାଲ ଏକାନ୍ତବାସୀ ସାଧୁ ଓ ବାହ୍ୟ ଜଗତ ମଧ୍ୟରେ ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ କାମ କରନ୍ତି । ସେମାନଙ୍କର ଆବଶ୍ୟକୀୟ ବାର୍ତ୍ତାକୁ ଆଖଡ଼ା ଯାଏ ପହଞ୍ଚାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.