'ସୈଫ୍‌ ଅଲ୍ଲୀ ଖାନ୍ ବିପଦ ମୁକ୍ତ'; ନବାବଙ୍କ ନ୍ୟୁରୋ ସର୍ଜରୀ ଓ ପ୍ଲାଷ୍ଟିକ୍ ସର୍ଜରୀ ଶେଷ

Published By : Prameya-News7 Bureau | January 16, 2025 IST

ମୁମ୍ବାଇ: ବଲିଉଡ ନବାବ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା । ଅସ୍ତ୍ରୋପ୍ରଚାର ପରେ ଲୀଳାବତୀ ହସ୍ପିଟାଲର ଡାକ୍ତରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୈଫ ଅଲ୍ଲୀ ଖାନଙ୍କ ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଶେଷ ହୋଇଛି । ସେ ଏବେ ବିପଦ ମୁକ୍ତ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଡାକ୍ତର ନିତୀନ ଏନ୍ ଡାଙ୍ଗେ । ଅସ୍ତ୍ରୋପ୍ରଚାର ବେଳେ ସୈଫ୍ ଅଲ୍ଲୀଙ୍କ ମେରୁଦଣ୍ଡରୁ ୨.୫ ଇଞ୍ଚର ଛୁରୀର କିଛି ଅଂଶ ବାହାର କରାଯାଇଛି । ସେ ଆସନ୍ତା ୨୪ ଘଣ୍ଟା ICUରେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ । ମରଣାନ୍ତକ ଆକ୍ରମଣରେ ସୈଫ ଅଲ୍ଲୀ ଖାନଙ୍କ ଶରୀରରେ ୬ଟି ସ୍ଥାନରେ କ୍ଷତ ଚିହ୍ନ ରହିଛି । ଏଥିମଧ୍ୟରୁ ୨ଟି ସ୍ଥାନରେ ଗଭୀର ଆଘାତ ଲାଗିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । 


ସେପଟେ ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିଛି ମୁମ୍ବାଇ ପୋଲିସ । ଚୋରି କରିବାକୁ ଆସିଥିବା ବେଳେ ସୈଫଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସିସିଟିଭି ଆଧାରରେ ଜଣେ ଅଭିଯୁକ୍ତ ଚିହ୍ନଟ କରାଯାଇଥିବା ପୋଲିସ କହିଛି । ଆପାର୍ଟମେଣ୍ଟରେ ସିଢ଼ି ଦେଇ ସୈଫ୍‌ଙ୍କ ଘରକୁ ଦୁର୍ବୃତ୍ତ ପ୍ରବେଶ କରିଥିଲା । ମୁମ୍ବାଇ ପୋଲିସ ୩ଟି ସ୍ପେଶାଲ ଟିମ୍ ଗଠନ କରି ଧରିବାକୁ ଉଦ୍ୟମ କରୁଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.