ଆସନ୍ତାକାଲିଠାରୁ କଟକରେ ହେବ ଜାତୀୟ କବାଡି ଚାମ୍ପିଅନସିପ୍‌, ଜଲୱା ଦେଖାଇବେ ନାମୀଦାମୀ ଖେଳାଳୀ

Published By : Prameya-News7 Bureau | February 19, 2025 IST

କଟକ 19/02 :  ଆସନ୍ତାକାଲିଠାରୁ କଟକରେ ଆରମ୍ଭ ହେବ ଜାତୀୟ କବାଡି ଚମ୍ପିୟାନସିପ। ଦେଶ ତମାମର ନାମୀ ଦାମୀ କବାଡି ଖେଳାଳୀମାନେ କଟକ ଇଣ୍ଡୋର ଷ୍ଟାଡିଅମରେ ସେମାନଙ୍କ ଜଲୱା ଦେଖାଇବେ। ଆଜି ସୁଦ୍ଧା ୧୭ଟି ରାଜ୍ୟର ଖେଳାଳି କଟକରେ ପହଞ୍ଚି ସାରିଲେଣି। 

ଖାସ୍ କଥା ହେଲା, ପୁରୁଷ ବର୍ଗର ଏହି ନ୍ୟାସନାଲ ଚମ୍ପିୟାନସିପରେ ପ୍ରୋ କବାଡିର ଷ୍ଟାର ଖେଳାଳିମାନେ ବି ସାମିଲ ହେବେ। ଏହିଠାରୁ ହିଁ ନ୍ୟାସନାଲ ଟିମ ଚୟନ କରାଯିବ। ତେଣୁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ପ୍ରତ୍ୟେକ ମ୍ୟାଚକୁ କିପରି ସ୍କୁଲ ଏବଂ କଲେଜ ସ୍ତରର ଛାତ୍ର ଛାତ୍ରୀ ମାନେ ଉପଭୋଗ କରିପାରିବେ, ସେଥିପାଇଁ ବିଶେଷ ଧ୍ୟାନ ଦେଇଛନ୍ତି ଆୟୋଜକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.