ବ୍ରିଟେନରେ ପ୍ରକୃତିର ପ୍ରକୋପ, ଗୋଟିଏ ଦିନରେ ୪୦୦ ଥର ବଜ୍ରପାତ, ବନ୍ୟାରେ ପରିସ୍ଥିତି ଅସମ୍ଭାଳ

Published By : Prameya-News7 Bureau | March 23, 2025 IST

ଲଣ୍ଡନ ୨୩।୩: ବ୍ରିଟେନର ଦକ୍ଷିଣ ଇଂଲଣ୍ଡ ଓ ଇଷ୍ଟ ମିଡଲ୍ୟାଣ୍ଡରେ ପ୍ରକୃତି ତାଣ୍ଡବ ରଚିଛି। ଅଚାନକ କୁଆପଥର ବର୍ଷା ସାଙ୍ଗକୁ ବଜ୍ରପାତ ଅନେକ ଅଞ୍ଚଳରେ ବନ୍ୟାକୁ ଡାକି ଆଣିଛି। ଗୋଟିଏ ଦିନରେ ୪୦୦ ଥର ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିଛି। ପାଣିପାଗ ବିଭାଗ ଅନୁସାରେ ଏହି ବର୍ଷା ୨୦ ମିନିଟରୁ ଆରମ୍ଭ କରି ଘଣ୍ଟାଏ ପର୍ଯ୍ୟନ୍ତ ଜାରି ଥିଲା। ପାଣିପାଗ ବିଭାଗ ଅନୁସାରେ ଜଳବାୟୁ ପରିବର୍ତ୍ତନ କାରଣରୁ ଏପରି ଘଟଣାର ଆଗକୁ ଅଧିକ ହୋଇପାରେ। 

ବ୍ରିଟେନ ପାଣିପାଗ ବିଭାଗ ଅନୁସାରେ କିଛି ଭାଗରେ ବନ୍ୟା ମଧ୍ୟ ଆସିଯାଇଛି। ନ୍ୟାସନାଲ ହାଇୱେଙ୍କ ରିପୋର୍ଟରେ ଶନିବାର ୟର୍କସାୟରର ଏମ-୧୮ର କିଛି ଅଞ୍ଚଳକୁ ବନ୍ଦ ରଖାଯାଇଥିଲା ଓ ରବିବାର ଏମ-୪୦ର କିଛି ଅଞ୍ଚଳକୁ ବନ୍ଦ କରାଯାଇଛି। ପାଣିପାଗ ବୈଜ୍ଞାନିକ କହିଛନ୍ତି ଯେ ଲଣ୍ଡନ ଓ ବକିଂହମସାୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ଝଡତୋଫାନ ହୋଇଥିଲା। ତେବେ ପୂର୍ବ ମିଡଲ୍ୟାଣ୍ଡରୁ ଦକ୍ଷିଣ ଲିଙ୍କନସାୟର ପର୍ଯ୍ୟନ୍ତ ପ୍ରକୃତି ତାଣ୍ଡବ ରଚିଛି। 

ଏହି ସମୟରେ ୧୦ରୁ ୧୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ୨୦ ମିନିଟରୁ ଆରମ୍ଭ କରି ୧ ଘଣ୍ଟା ପର୍ଯ୍ୟନ୍ତ ଜାରି ଥିଲା। ତେବେ ଶନିବାର ଦିନ ତମାମ ୩୦୦ରୁ ୪୦୦ ଥର ବଜ୍ରପାତ  ହୋଇଛି। ଏହି ପ୍ରାକୃତିକ ଘଟଣା ସେତେବେଳେ ଘଟିଛି ଯେତେବେଳେ ୧୯୭୨ ମସିହା ପରେ ଦିନର ତାପମାତ୍ରା ସବୁଠୁ ଅଧିକ ଥିଲା। ୧୯୭୨ ମସିହାରେ ଦେଶର କେତେକ ଅଞ୍ଚଳର ତାପମାତ୍ରା ୨୧ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। 

ହେଲେ ଏବେ ମାର୍ଚ୍ଚ ମାସରେ ୧୮ ଡିଗ୍ରି ତାପମାତ୍ରା ରହିବା କିଛି ଅସ୍ୱଭାବିକ ନୁହେଁ। ହେଉଥିବା ଜଳବାୟୁ ପରିବର୍ତ୍ତନରେ ଏହା ଏକ ସାଧାରଣ ଘଟଣା। ପରିବେଶ ଏଜେନ୍ସୀ ଦେଶର ୨୨ଟି ଅଞ୍ଚଳ ପାଇଁ ବନ୍ୟା ସତର୍କତା ଜାରି କରିଛି। ଏଥିରେ ନର୍ଥ  ହ୍ୟାମ୍ପସାୟର, ସାଲିସବରୀ ଓ ହର୍ଟଫୋର୍ଡ ସାୟର ଆଦି ସ୍ଥାନ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.