ସମୁଦ୍ରରେ ଭାରତର ବଢିବ ଶକ୍ତି, ନୌସେନାକୁ ମିଳିବ ଆଉ ଏକ ବିମାନବାହକ ପୋତ

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ଭାରତ ଲଗାତାର ନିଜ ସମୁଦ୍ର ଶକ୍ତିକୁ ବଢାଇବାରେ ଲାଗିଛି । ଏବେ ଭାରତୀୟ ନୌସେନାକୁ ଆଉ ଏକ ବିମାନବାହାକ ଦେବା ପାଇଁ ପ୍ରସ୍ତୁତି କରାଯାଉଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ରେ ଏହା ଉପରେ ନିଷ୍ପତ୍ତି ନିଆଯିବ । ଭାରତୀୟ ନୌସେନା ପାଖରେ ବର୍ତ୍ତମାନ ସମୟରେ ଦୁଇଟି ବିମାନବାହାକ ପୋତ ଆଇଏନ୍‌ଏସ ବିକ୍ରମାଦିତ୍ୟ ଓ ଆଇଏନ୍‌ଏସ ବିକ୍ରାନ୍ତ ଅଛି । ନୂଆ ଏୟାରକ୍ରାଫ୍ଟ କ୍ୟାରିୟର ନିର୍ମାଣରେ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୪୫ ହଜାର ଟନ୍ ଓଜନର ଏହି ବିମାନବାହକ ପୋତକୁ କୋଚିନ୍ ଶିପୟାର୍ଡରେ ନିର୍ମାଣ କରାଯିବ । ଏଥିରେ ପ୍ରାୟ ୨୮ ବିମାନ ଓ ହେଲିକପ୍ଟର ମୁତୟନ କରାଯାଇପାରିବ ।

ଭାରତ ଏବେ ହିନ୍ଦ ମହାସାଗରରେ ନିଜ ଶକ୍ତି ବୃଦ୍ଧି କରୁଛି । ଚୀନ ପାଖରେ ଦୁଇଟି ବିମାନବାହାକ ପୋତ ରହିଥିବା ବେଳେ ପାକିସ୍ତାନ ପାଖରେ ଗୋଟିଏ ରହିଛି । ଭାରତ ଏହି ବିମାନବାହକ ପୋତକୁ ସ୍ୱଦେଶୀ ବିକ୍ରାନ୍ତ ପରି ନିର୍ମାଣ କରିବ । ଘଣ୍ଟାପ୍ରତି ଏହାର ବେଗ ୫୨ କିଲୋମିଟର ରହିବ । ଏହାକୁ ନିର୍ମାଣ କରିବା ପାଇଁ ୮ରୁ ୧୦ ବର୍ଷ ସମୟ ଲାଗିବ ।

ପଢନ୍ତୁ: ନୌସେନା ଯୁଦ୍ଧପୋତରେ ମୁତୟନ ମହିଳା ସୈନିକଙ୍କ ପାଇଁ ଆସିବା ନୂଆ ଡ୍ରେସକୋଡ

ଆଗାମୀ କିଛି ବର୍ଷରେ ଭାରତ ପାଖରେ ତିନି କ୍ୟାରିୟର ବ୍ୟାଟେଲ୍ ଗ୍ରୁପ ଥିବ । ଏହା ପାଣିର ଭାସମାନ କୌଣସି ସୈନ୍ୟ ଶିବିର ପରି ହେବ । ଏଥିରେ ଯୁଦ୍ଧ ବିମାନ, ହେଲିକପ୍ଟର, ମିଶାଇଲ, ରକେଟ୍, ଗନ ଓ ବୋମା ସମେତ ଘାତକ ହତିଆର ରଖାଯାଇଥାଏ । ଏହା 400 କିଲୋମିଟର ଅଞ୍ଚଳ ଉପରେ ନଜର ରଖିଥାଏ । ଏହି ରେଞ୍ଜରେ ଥିବା ବିପଦକୁ ସାମନା କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.