ଭାରତରେ ପାଦ ଥାପିଲା ଚାଇନାରେ ବିସ୍ତାର HMPV ଭାଇରସ, ୮ ମାସର ଶିଶୁ ସଂକ୍ରମିତ

Published By : Prameya-News7 Bureau | January 06, 2025 IST

ବେଙ୍ଗାଲୁରୁ ୦୬/୦୧: ସାରା ବିଶ୍ୱକୁ ଥରାଇଥିବା କୋଭିଡ-୧୯ ପରେ ଚାଇନାରେ ପୁଣିଥରେ ଫେରିଛି ଭାଇରସ । HMPV ନାମକ ଏକ ଭୂତାଣୁ ଚିହ୍ନଟ ପରେ ସାରା ବିଶ୍ୱରେ ହଇଚଇ । ଏବେ ଚାଇନା ପରେ ଭାରତରେ ବ୍ୟାପିଛି ଏହି ରୋଗ । 


ଭାରତରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିଛି। କର୍ଣ୍ଣାଟକରେ ଦୁଇଟି ମାମଲା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଠ ମାସର ଶିଶୁ ଠାରେ HMPV ଭୂତାଣୁ ଚିହ୍ନଟ ହୋଇଛି । ସେହିଭଳି କର୍ଣ୍ଣାଟକରେ ଆଉ ଗୋଟିଏ ୩ ମାସର ଶିଶୁଠାରେ ସଂକ୍ରମଣ ଚିହ୍ନଟ ହୋଇଛି । ICMR ଏନେଇ ସ୍ପଷ୍ଟ କରିଛି । 



ସେପଟେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ । ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି। ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ । କାରଣ HMPV ସାଧାରଣତଃ କେବଳ ପିଲାମାନଙ୍କଠାରେ ଚିହ୍ନଟ ହୁଏ । ସମସ୍ତ ଫ୍ଲୁ ନମୁନାର HMPV ୦.୭ ପ୍ରତିଶତ ଅଟେ । ଏହି ଭୂତାଣୁର ଷ୍ଟ୍ରେନ୍ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.