ନୂଆଦିଲ୍ଲୀ ୦୬/୦୧: ବିକ୍ଷୋଭ ସ୍ଥଳରୁ ପିକେ ଓରଫ ପ୍ରଶାନ୍ତ କିଶୋରଙ୍କୁ ଉଠାଇନେଲା ପୋଲିସ । ଅତି ଭୋରରୁ ପିକେଙ୍କୁ ଉଠାଇନେଇଛି ପୋଲିସ । ଯାହା ଜଣାପଡ଼ିଛି ପୋଲିସ ଏବେ ତାଙ୍କୁ ଗିରଫ କରିଛି । ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ । ବିହାର ପ୍ରଶାସନିକ ସେବା ପରୀକ୍ଷା (ବିପିଏସସି) ବାତିଲ କରିବାକୁ ଦାବି କରି ଆମରଣ ଅନଶନରେ ବସିଥିବା ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ବିକ୍ଷୋଭ ସ୍ଥଳରୁ ଗିରଫ କରିଛି ପାଟଣା ପୋଲିସ ।
#WATCH | BPSC protest | Bihar: Patna Police detained Jan Suraaj chief Prashant Kishor who was sitting on an indefinite hunger strike at Gandhi Maidan pic.twitter.com/JQ7Fm7wAoR
— ANI (@ANI) January 6, 2025
ସୂଚନା ଥାଉକି, ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ସୋମବାର ସକାଳେ ପାଟନା ପୋଲିସ ଗିରଫ କରିଥିଲା । ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଥିଲେ । ବିପିଏସସି ପରୀକ୍ଷା ପତ୍ର ଲିକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରୁଥିଲେ । ହେଲେ ଆଜି ବିହାର ପୋଲିସ ପ୍ରଶାନ୍ତ କିଶୋରଙ୍କୁ ଗାନ୍ଧୀ ମୂର୍ତ୍ତୀ ସ୍ଥଳରୁ ଭୋର ୪ଟାରେ ଆମ୍ବୁଲାନ୍ସରେ AIIMSକୁ ନେଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ପରେ ତାଙ୍କୁ ଗିରଫ କରାଯାଇଛି ।