ମୁମ୍ବାଇର କବୁତର ଖାନା, ଅମ୍ବାନୀ ପରିବାରର ସଂପର୍କ କଣ ? ଟିଭି ସୋ’ରେ ଖୋଲି କହିଲେ ଅନିଲ

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ ୭/୧:ଭାରତର ବିଲିୟନେୟାର ଅମ୍ବାନୀ ପରିବାରର ପାଇଁ କୌଣସି ପରିଚୟ ଦରକାର ନାହିଁ।  ନିଜର ବ୍ୟବସାୟ ସାମ୍ରାଜ୍ୟ,ଲଗଜୁରୀ ଲାଇଫ, ଡ୍ରେସିଂ ସେନ୍ସ, ଗ୍ରାଣ୍ଡ ପାର୍ଟିର ଆୟୋଜନ ପାଇଁ ସବୁବେଳେ ହେଡଲାଇନରେ ରହନ୍ତି ଅମ୍ବାନି ପରିବାର । ସମସ୍ତଙ୍କ ନଜର ତାଙ୍କ ଉପରେ ଟାଣି ହୋଇଯାଏ । ସୋସିଆଲ ମିଡିଆରେ ଅମ୍ବାନି ପରିବାରର ପାର୍ଟି ଠାରୁ ଆରମ୍ଭ କରି ବାହାଘର ଯାଏ ସବୁ ଇଭେଣ୍ଟର ଫଟୋ ଭିଡିଓକୁ ନେଇ ଖୁବ ଚର୍ଚ୍ଚା ହୁଏ । ନିକଟରେ ଅମ୍ବାନି ପରିବାର ବଲିଉଡର ସଲ୍ଲୁ ମିଆଁ ସଲମାନଙ୍କ ଜନ୍ମଦିନ  ପାଇଁ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । 

ଆଜି କୋଟି କୋଟି ଟଙ୍କାର ଘରେ ରହୁଥିବା ମୁକେଶ ଓ ଅନିଲଙ୍କ ଅବସ୍ଥା ପୂର୍ବରୁ ଭଲ ନଥିଲା ।  କିଛି ବର୍ଷ ପୂର୍ବେ ମୁମ୍ବାଇର ଜୟ ହିନ୍ଦ ଇଷ୍ଟେଟ ନାମକ ବିଲ୍ଡିରେ ରହୁଥିଲେ ଅମ୍ବାନି ପରିବାର। ଯାହା କବୁତର ଖାନା ନାମରେ  ବେଶ ପରିଚିତ ।  ସେଠାରେ ବହୁ   ସଂଖ୍ୟାରେ କପୋତ ରହୁଥିବାରୁ ଏହି ସ୍ଥାନ କବୁତର ଖାନା ନାମରେ ପରିଚୟ ପାଇଥିଲା । 

ଗୋଟିଏ ବଖରା ବିଶିଷ୍ଟ ଘରେ ୭ଟି ପରିବାର ରହୁଥିଲେ । ଗୋଟିଏ ବିଲ୍ଡିଂରେ ୫ଶହ ଲୋକ ରହୁଥିଲେ । ଶହେ ଜଣଙ୍କ ପାଇଁ ଗୋଟିଏ ଲାଟ୍ରିନ ଥିଲା । ଅମ୍ବାନି ପରିବାର କୋଠାର ଚତୁର୍ଥ ମହଲାରେ ରହୁଥିଲେ । ପାଣି ପାଇଁ ଲମ୍ବା ଲାଇନ ଲଗାଇବାକୁ ପଡୁଥିଲା। ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସଂପତ୍ତି ନଥିଲା । ୨ ଭାଇ ପ୍ରାୟ ପରସ୍ପରର ପୋଷାକ ଅଦଳବଦଳ କରି ପିନ୍ଧୁଥିଲେ । ମୁମ୍ବାଇର  ଏହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଜୀବନ ଶୈଳୀକୁ ପ୍ରାୟ ଫିଲ୍ମରେ ଚିତ୍ରିତ କରାଯାଇଥାଏ । ହେଲେ  ଅମ୍ବାନି ପରିବାର ଏହାକୁ ବହୁ ବର୍ଷ ଧରି ଅନୁଭବ କରିଥିଲେ । 

ସିମି ଗାରେୱାଲଙ୍କ ସୋରେ ପିଲାଦିନର ସ୍ମତିକୁ ମନେ ପକାଇ ବେଶ ଭାବପ୍ରବଣ ହୋଇଯାଇଥିଲେ ଅନିଲ ଅମ୍ବାନି । ୧୯୫୯ରେ ଯେତେବେଳେ ଧୀରୁଭାଇ ଅମ୍ବାନି ୟେମେନର ଏକ ପେଟ୍ରୋଲ ପମ୍ପରେ ଚାକିରି ଛାଡି ଭାରତକୁ ଫେରିଥିଲେ । ଅମ୍ବାନି ପରିବାର ଗୁଜରାଟରୁ ମୁମ୍ବାଇ ଯାଇଥିଲେ । ସେତେବେଳେ ସେମାନଙ୍କର କୌଣସି ସ୍ଥିର ଆୟ ନଥିଲା । ଧୀରୁଭାଇ ଅମ୍ବାନି କୌଣସି ପ୍ରକାର ମସଲା ବିକ୍ରି କରି ପରିବାର ଚଳାଉଥିଲେ । 

ସାକ୍ଷାତକାରରେ ଅନିଲ କହିଥିଲେ ସେମାନଙ୍କ ପିଲାଦିନରେ ସବୁଠାରୁ ବିଶେଷ ଦିନ ଥିଲା ସପ୍ତାହର ଶେଷ ଦିନ । ପୁରା ପରିବାର ଉତ୍ସାହର ସହ ସପ୍ତାହ ଶେଷ ଦିନ ରବିବାରକୁ ଅପେକ୍ଷା କରିଥିଲେ । ରବିବାର ଦିନ ମୁକେଶ ଓ ଅନିଲ ଫୁଟବଲ ଖେଳିବାର ସୁଯୋଗ ପାଇବେ । ଧୀରୁଭାଇ ଅମ୍ବାନି ପିଲାମାନଙ୍କୁ ନେଇ ଉଦୁପି ରେଷ୍ଟୁରାଣ୍ଟକୁ ନେଇଯିବେ ଯେଉଁଠି ଇଡଲି ସାମ୍ବର ଏକ ସ୍ଥିର ମେନ୍ୟୁ ଥିଲା । ସେମାନଙ୍କୁ ବାହାରେ କିଛି ଅର୍ଡର କରିବାକୁ ଅନମୁତି ନଥିଲା । 

ଧୀରୁଭାଇ ଅମ୍ବାନିଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପ୍ରତିଷ୍ଠା ହୋଇଥିଲା । ଆଉ ମୁକେଶ ଅମ୍ବାନି ଓ ଅନିଲ ଅମ୍ବାନି କୋଟି କୋଟି ଟଙ୍କା ସଂପତ୍ତିର ମାଲିକ ହୋଇପାରିଥିଲେ । ଆଜି ମୁକେଶ ଅମ୍ବାନି ୧୫ହଜାର କୋଟି ମୂଲ୍ୟର ବିଶ୍ବର ଅନ୍ୟତମ ବଡ ଘର ଆଣ୍ଟିଲିଆର ମାଲିକ ଥିବାବେଳେ ଅନିଲ ଅମ୍ବାନି ତାଙ୍କ ପରିବାର ସହ ୫ହଜାର କୋଟିର ଘର ଆବୋଡରେ ରହୁଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.