ଆଭିଏସନ ଉଦ୍ୟୋଗର ସବୁଠୁ ବଡ଼ ଡିଲ୍‌, ଏକାସଙ୍ଗରେ ୫୦୦ ବିମାନ ଅର୍ଡର ଦେଲା IndiGo

Published By : Prameya-News7 Bureau | June 19, 2023 IST

ନୂଆଦିଲ୍ଲୀ, ୧୯/୦୬: ବେସରକାରୀ କ୍ଷେତ୍ରର ସବୁଠୁ ବଡ଼ ବିମାନ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସ, ୫୦୦ ନୂଆ ଏୟାରବସ୍‌ A320 ଫ୍ୟାମିଲି ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ସୋମବାର ସୋମବାର ଏୟାରବସ୍‌ ଟ୍ବିଟ୍‌ କରି ସୂଚନା ଦେଇଛି। ତେବେ ଏହା ପ୍ରଥମ ଥର ଯେତେବେଳେ କୌଣସି ଭାରତୀୟ ଏୟାରଲାଇନ୍ସ ଏକାଥରକେ ଏତେ ବଡ଼ ଆକାରର ବିମାନ ଅର୍ଡର ଦେଇଛି।

ପ୍ୟାରିସ୍‌ ଏୟାର ସୋ ୨୦୨୩ରେ ଏୟାରବସ୍‌ ସହ IndiGoର ହୋଇଥିବା ଚୁକ୍ତି ଅନୁଯାୟୀ, ଏହି ସବୁ ବିମାନର ଡେଲିଭରି ୨୦୩୦ରୁ ୨୦୩୫ ସୁଦ୍ଧା ହେବ। ଏୟାରବସକୁ ଏତେ ସଂଖ୍ୟକ ବିମାନ ଅର୍ଡର ଦେବାରେ ଇଣ୍ଡିଗୋ ଦୁନିଆର ପ୍ରଥମ ଏୟାରଲାଇନ ହୋଇଛି। ଏହା ସହ ଭାରତ ଚଳିତ ବର୍ଷ ଏତେ ସଂଖ୍ୟାରେ ବିମାନ ଅର୍ଡର ଦେବାରେ ଦ୍ବିତୀୟ । ଆଉ ଏହି ଅର୍ଡର ସହ ଏୟାର ଇଣ୍ଡିଆର ୪୭୦ ବିମାନ ଅର୍ଡରର ରେକର୍ଡ ଭାଙ୍ଗିଛି ଇଣ୍ଡିଗୋ।

ପୂର୍ବରୁ ଏୟାର ଇଣ୍ଡିଆ ଏକାଥରେ ୪୭୦ ବିମାନ କିଣିବା ନେଇ ଘୋଷଣା କରିଛି। ଯେଉଁଥିରେ ୨୫୦ ଏୟାରବସ୍‌ ଏବଂ ୨୨୦ ବୋଇଂ ବିମାନ ରହିଛି। ଏହା ସହ ଦୁଇ ବିମାନ ନିର୍ମାତାଙ୍କ ଠାରୁ ଅତିରିକ୍ତ ୩୭୦ ବିମାନ କିଣିବା ମଧ୍ୟ ବିକଳ୍ପ ରହିଛି।

ଏହି ଡିଲ୍‌ ଏପରି ସମୟରେ ଆସିଛି ଯେତବେଳେ ଅଧିକାଂଶ ଏୟାରଲାଇନ୍ ସଂଘର୍ଷ କରୁଛନ୍ତି। ଆର୍ଥିକ ସଙ୍କଟ କାରଣରୁ ଗୋ ଫାଷ୍ଟ ଏୟାରଲାଇନ ସ୍ବେଚ୍ଛାକୃତ ଦେବାଳିଆ ପ୍ରକ୍ରିୟା ମଧ୍ୟରେ ଗତି କରୁଛି। ସେହିଭଳି ସ୍ପାଇସଜେଟ୍‌ ବିରୋଧରେ ଅନେକ କମ୍ପାନୀ ଦେବାଳିଆ ପ୍ରକ୍ରିୟା ପାଇଁ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବୋତ୍ତରର ପ୍ରଥମ ଏୟାରଲାଇନ, ଜେଟ୍‌ୱିଙ୍ଗ୍ସ ଏୟାରୱେଜ୍‌କୁ ମିଳିଲା କେନ୍ଦ୍ରର ଅନୁମତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.