ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ବିଜେତା କ୍ରୀଡ଼ାବିତ୍ ନୀରଜ ଚୋପ୍ରାଙ୍କ ଜବରଦସ୍ତ କମ୍ବ୍ୟାକ୍ । ଦକ୍ଷିଣ ଅଫ୍ରିକାରେ ହୋଇଥିବା ଇନଭିଟେଶନାଲ ଟ୍ରାକ୍ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ ଦେଖାଇ ଜବରଦସ୍ତ ଆରମ୍ଭ କରିଛନ୍ତି । ଭାରତର ସୁନା ପୁଅ ନୀରଜ ଚୋପ୍ରା ବୁଧବାର ଓ୍ବାର୍ଲ୍ଡ ଆଥେଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ଚ୍ୟାଲେଞ୍ଜର ପ୍ରତିଯୋଗୀତାରେ ବିଭିନ୍ନ ଦେଶର ୬ ଖେଳାଳିଙ୍କୁ ମାତ୍ ଦେଇ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ଏହି ମୁକାବିଲାରେ ସେ ୮୪.୫୨ମିଟରର ଜାଭେଲିନ୍ ଥ୍ରୋ ପିଙ୍ଗିଥିଲେ ।
ଡୋଭ୍ ସ୍ମିଥ୍ଙ୍କ ଠାରୁ ଆଗରେ ନୀରଜ ଚୋପ୍ରା:
ଇନଭିଟେଶନାଲ ଟ୍ରାକ୍ ଇଭେଣ୍ଟରେ ଭାରତୀୟ ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରା ଦକ୍ଷିଣ ଆଫ୍ରିକାର ଡୋଓ୍ବ ସ୍ମିଥଙ୍କୁ ପଛରେ ଛାଡ଼ି ଦେଇଛନ୍ତି । କଣ୍ଟିନେଣ୍ଟାଲ ଟୁର୍ ଚ୍ୟାଲେଞ୍ଜର ପ୍ରତିଯୋଗୀତାରେ ଡୋଓ୍ବ ସ୍ମିଥଙ୍କ ସର୍ବଶ୍ରେଷ୍ଠ ଥ୍ରୋ ଥିଲା ୮୨.୪୪ ମିଟର । ଏହି ଇଭେଣ୍ଟରେ ୮୪.୫୨ମିଟର ଥ୍ରୋ କରିଥିଲେ । ଦେଖିବାକୁ ଗଲେ ନୀରଜଙ୍କ ବ୍ୟକ୍ତିଗତ ସର୍ବାଧିକ ଥ୍ରୋ ୮୯.୪୪ ମିଟର ରହିଛି । ସେହିପରି ଡୋଓ୍ବ ସ୍ମିଥଙ୍କ ସର୍ବାଶ୍ରେଷ୍ଠ ଜାଭେଲିନ୍ ଥ୍ରୋ ୮୩.୨୯ ମିଟର ରହିଛି । ଏହି ପ୍ରତିଯୋଗୀତାରେ ନୀରଜ ଚୋପ୍ରା ଓ ଡୋଓ୍ବ ସ୍ମିଥ୍ ୮୦ ମିଟର ଦୂରତା ପାର୍ କରିଛନ୍ତି । ଦକ୍ଷିଣ ଅଫ୍ରିକାର ଅନ୍ୟ ଜଣେ ଖେଳାଳି ଡଙ୍କନ ରବର୍ଟସନ ୭୧.୨୨ ଜାଭେଲିନ୍ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି ।
ନୀରଜ ଚୋପ୍ରା ନୂଆ କୋଚ୍ ଚେକ୍ ଗଣରାଜ୍ୟ ର ଜନ୍ ଜେଲେଜ୍ନିଙ୍କ ଅଧୀନରେ ଅଭ୍ୟାସ କରୁଛନ୍ତି । ଜେଲେଜ୍ନି ତିନି ଥର ଅଲିମ୍ପିକ୍ସ ଏବଂ ବିଶ୍ବ ବିଜେତାର ମେଡାଲ ପାଇଛନ୍ତି । ୨୭ ବର୍ଷୀୟ ଭାରତୀୟ କ୍ରୀଡ଼ାବିତ୍ ଗତ ବର୍ଷ ନିଜ ଜର୍ମାନୀ କୋଚଙ୍କ ଅଲଗା ହୋଇଥିଲେ । ସେ ମେ’ ତାରିଖରେ ଦୋହା ଡାଇମଣ୍ଡ ଲିଗ ଏଲିଟ୍ ପ୍ରତିଯୋଗୀତାରେ ନିଜ ଅଭିଯାନକୁ ଆରମ୍ଭ କରିବେ ।
ନୀରଜ ଚୋପ୍ରା ୨୦୨୦ ଟୋକିଓ ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଲଗାତାର ପଦକ ବିଜେତା ହୋଇଛନ୍ତି । ନୀରଜଙ୍କ ବ୍ୟକ୍ତିଗତ ସର୍ବାଧିକ ଥ୍ରୋ ୮୯.୪୪ ମିଟର ରହିଛି । ଏହି ରେକର୍ଡ ସେ ୨୦୨୨ରେ ହାସଲ କରିଥିଲେ । ଗତ କିଛି ବର୍ଷ ହେଲା ନୀରଜ ଚୋପ୍ରା ୯୦ ମିଟର ରେକର୍ଡ ଛୁଇଁବାକୁ ପ୍ରୟାସ କରୁଛନ୍ତି।