ମେ’ ୪ରୁ ନିଟ୍-ୟୁଜି; ଏନଟିଏ ପକ୍ଷରୁ ବିଜ୍ଞପ୍ତି ଜାରି, ମାର୍ଚ୍ଚ ୭ ଫି' ଦାଖଲର ଶେଷ ଦିନ

Published By : Prameya-News7 Bureau | February 08, 2025 IST

ନୂଆଦିଲ୍ଲୀ,୭।୨: ଆସନ୍ତା ମେ’ ୪ ତାରିଖରେ ନିଟ୍ ୟୁଜି ୨୦୨୫ । ଅଣ୍ଡରଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ଜାରି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନେଇ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି । ସେଥିରେ କୁହାଯାଇଛି, କି ଅପରାହ୍ଣ ୨ଟାରୁ ୫ଟା  ପର୍ଯ୍ୟନ୍ତ ପରୀକ୍ଷା କରାଯିବ ଏବଂ ପାରମ୍ପରିକ ପଦ୍ଧତି ପେନ୍‌ ପେପରରେ ଏହି ପରୀକ୍ଷା ହେବ ।

ନିଟ୍ ୟୁପି ପରୀକ୍ଷା ଲାଗି ପଞ୍ଜିକରଣ  ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆସନ୍ତା ମାର୍ଚ୍ଚ ୭  ତାରିଖ ପେମେଣ୍ଟ ଦାଖଲ ଶେଷ ତାରିଖ ରହିବ । ମାର୍ଚ୍ଚ ୯ରୁ ୧୧ ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ସେମାନଙ୍କ ଆବେଦନରେ ପରିବର୍ତ୍ତନ କରିପାରିବେ । ଚଳିତବର୍ଷ ଏହି ପରୀକ୍ଷା ତାର ପ୍ରାକ୍‌ କୋଭିଡ ଢ଼ାଞ୍ଚାକୁ ଫେରିବ । ସେକ୍ସନ-ବି’ରେ ଥିବା ଇଚ୍ଛାଧୀନ ପ୍ରଶ୍ନକୁ ଏନ୍‌ଟିଏ ହଟାଇ  ଦେଇଥିଲା ବେଳେ ପରୀକ୍ଷାର୍ଥୀଙ୍କୁ ସମସ୍ତ ୧୮୦ ପ୍ରଶ୍ନର ଉତ୍ତର  ଦେବାକୁ ପଡିବ । ଫିଜିକ୍ସ ଓ କେମେଷ୍ଟ୍ରିରେ ୪୫ ଲେଖାଏ ପ୍ରଶ୍ନ  ଆସିବାକୁ ଥିବା ବେଳେ ବାୟୋଲୋଜିରେ ୯୦ଟି ପ୍ରଶ୍ନ ଆସିବ ।   ଜୁନ ୧୪ରେ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.