ଧାନ କ୍ରୟ ବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା, ବାହାର ରାଜ୍ୟ ଚାଷୀ କରିପାରିବେନି ବିକ୍ରି

Published By : Prameya-News7 Bureau | October 15, 2024 IST

ଭୁବନେଶ୍ବର ୧୫।୧୦: ଧାନ କିଣା ପାଇଁ ଲୋକସେବା ଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୩୦ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହ ଧାନ ସଂଗ୍ରହରେ ନିୟୋଜିତ ହେବାକୁ ଥିବା ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପଡୋଶୀ ରାଜ୍ୟର ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନକରିବେ ସେ ନେଇ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର । ସୀମା ସିଲ୍ କରାଯାଇ ଅନ୍ୟ ରାଜ୍ୟର ଚାଷୀ କେମିତି ଓଡ଼ିଶାକୁ ନଆସିବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି । ଧାନ ମଣ୍ଡି ଆଧୁନିକୀକରଣ କରିବା ପାଇଁ ସମବାୟ, କୃଷି ଓ ଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷାରେ ଓଦା ହୋଇ ଧାନ ନଷ୍ଟ ନହେବା ପାଇଁ ମଣ୍ଡିରେ ବ୍ୟବସ୍ଥା କରାଯିବ । ମଣ୍ଡିରେ ଚାଷୀଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯିବ । ଧାନ ଓଜନ ପାଇଁ ଆଧୁନିକ ମେସିନ ବ୍ୟବସ୍ଥା କରାଯାଇଛି । କଟନୀ ଛଟନୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି । ଧାନ ମାନ ନିର୍ଦ୍ଧାରଣ ଏବଂ ଧାନରୁ ଅଗାଡି ଅଲଗା କରିବା ପାଇଁ ଆନାଲାଇଜର ମେସିନ ମଣ୍ଡିରେ ଲଗାଯାଇଛି । ଆଗରୁ ଦୁଇ ଥର ଧାନର କ୍ୱାଲିଟି ଟେଷ୍ଟ । ଏଥର ଥରେ ହିଁ ଧାନର ମାନ ଯାଞ୍ଚ କରାଯିବ । ଯାହା ଦ୍ବାରା କଟନୀ ଛଟନୀ ହେବ ନାହିଁ । ଗତ ବର୍ଷ ୫୮ ଲକ୍ଷ କ୍ବିଣ୍ଟାଲ ଧାନ କିଣିଥିଲେ । ଏଥର ୮୦ ଲକ୍ଷ କ୍ବିଣ୍ଟାଲ ଧାନ କିଣିବା ପାଇଁ ସରକାର ଟାର୍ଗେଟ ରଖିଛନ୍ତି । 

ପ୍ରତି ମଣ୍ଡିରେ ରହିବେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ । ଏକାଧିକ ଧାନ ମଣ୍ଡିକୁ ନେଇ ଜୋନ୍ ତିଆରି ହେବ । ପ୍ରତି ଜୋନରେ ଜଣେ ଲେଖାଏଁ ସୁପରଭାଇଜର ଅଧିକାରୀ ରହିବେ । ଯୋଗାଣ, ସମବାୟ, ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଦାୟିତ୍ୱରେ ରହିବେ । ଆବଶ୍ୟକ ପଡିଲେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯିବ । ଟୋକନ ବିଷୟରେ ସମସ୍ତ ନିଷ୍ପତ୍ତି ଜିଲ୍ଲାପାଳ ନେଇ ପାରିବେ । ପ୍ରତି ମନ୍ତ୍ରୀ ମାନଙ୍କୁ ଦୁଇରୁ ତିନୋଟି ଜିଲ୍ଲାର ଦାୟିତ୍ୱରେ ରହିବେ ।

You Can Read:

କଟକ ଭସାଣୀ ଶୋଭାଯାତ୍ରାରେ ବାଜିଲା ‘ନବୀନ ବାବୁ ଫ୍ୟାନ୍’, ଗୀତରେ ତାଳେ ତାଳେ ନାଚିଲେ ଲୋକ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.