ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା,ମାଆ ସମଲେଶ୍ବରୀଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ

Published By : Prameya-News7 Bureau | September 03, 2024 IST

ସମ୍ବଲପୁର ୩/୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ସମ୍ବଲପୁର । ମାଆ ସମଲେଶ୍ବରୀଙ୍କ ପାଖରେ ପହଞ୍ଚିଛି ନୂଆ ଧାନ ବା ସରିଆ ଧାନ । ବଲବସପୁର ଗାଁର ସୁବାଷ ବେହେରା ନୂଆ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି । ମନ୍ଦିରରେ ଧାନ ପହଞ୍ଚିବା ପରେ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଏହି ଚାଉଳ ସଂଗ୍ରହ କରିବା ସହ ସେଥିରୁ ନବାନ୍ନ ପ୍ରସ୍ତୁତ କରିବେ ପୂଜକ । ୬୦ ଦିନରେ ଉତ୍ପାଦନ ହେଉଥିବା ଏହି ଧାନ ଚାଷ ପାଇଁ ସୁବାଷଙ୍କ ପରିବାର ପୁରା ଲାଗିପଡିଥାନ୍ତି । କୌଣସି ଚଢେଇ ଯେମିତି ଏ ଧାନ ଖାଇପାରିବେନି ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥାନ୍ତି । ୫ ବର୍ଷ ହେଲା ସରିଆ ଧାନ ଯୋଗାଇ ଆସୁଛନ୍ତି ସୁବାଷ ।  



  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.