IND-NZ 2nd Test : ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ,୧୫୬ ରନ୍‌ରେ ଅଲ୍ଆଉଟ୍

Published By : Prameya-News7 Bureau | October 25, 2024 IST

ପୁନେ ୨୫।୧୦ : ଭାରତ-ନ୍ୟୁଜିଲାଣ୍ଡ ୨ୟ ଟେଷ୍ଟ ମ୍ୟାଚ୍‌ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ପରି ୨ୟ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୨ୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬ ରନ୍‌ରେ ପୁରା ଟିମ୍ ଅଲ୍‌ଆଉଟ୍‌ । ନ୍ୟୁଜିଲାଣ୍ଡର ସ୍ପିନର ମୁକାବିଲା କରିବାରେ ହେଲେ ଟିମ୍‌ ଇଣ୍ଡିଆ ବ୍ୟାଟର ମାରିଲେ ଫେଲ୍‌। ନ୍ୟୁଜିଲାଣ୍ଡ ଏବେବି ୧୦୩ ରନ୍‌ରେ ଆଗୁଆ ରହିଛି । 

୨ୟ ଟେଷ୍ଟ ମ୍ୟାଚ୍‌ ଚସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ନ୍ୟୁଜିଲାଣ୍ଡ ଟିମ୍‌ ୨୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଟିମ୍‌ ଇଣ୍ଡିଆ ପକ୍ଷରୁ ଓ୍ୱିସିଂଟନ ସୁନ୍ଦର ୭ଟି ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଓ୍ୱିକେଟ୍‌ ନେଇଥିଲେ । ତେବେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ହେଲେ ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ଫେଲ୍‌ ମାରିଥିଲେ ଭାରତୀୟ ବ୍ୟାଟର । ମାତ୍ର ୧୫୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି ଟିମ୍‌ । ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ସାଣ୍ଟନର ୭ଟି ଓ୍ୱିକେଟ୍‌ ନେଇଥିବା ବେଳେ ଗ୍ଲେନ୍‌ ଫିଲିପିସ୍‌ ୨ଟି ଓ୍ୱିକେଟ୍‌, ବାକି ସାଉଦୀ ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି । 

ତେବେ ୧୦୩ ରନ୍‌ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ୨ୟ ଇନିଂସର ବ୍ୟାଟିଂ ଆରମ୍ଭ କରିଛି । ଦଳ ପକ୍ଷରୁ ଟମ୍‌ ଲାଥମ୍‌ ଏବଂ ଡେଭିନ୍‌ କନ୍‌ଓ୍ୱେ ବ୍ୟାଟିଂ ଜାରି ରଖିଛନ୍ତି । ୭ ଓଭର ୩ଟି ବଲ୍‌ ଖେଳି ବିନା କୌଣସି ଓ୍ୱିକେଟ୍‌ ହରାଇ ୩୩ ରନ୍‌ କରିଛନ୍ତି । 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.