ସୁସ୍ଥ ହେଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଏବେ ଘରକୁ ଫେରିଲେ

Published By : Prameya-News7 Bureau | June 06, 2024 IST

ମାଲକାନଗିରି ୦୬।୦୬ : ସୁସ୍ଥ ହେଲେ ମଙ୍ଗୁ ଖିଲ। ମେଡିକାଲରୁ ଚିକିତ୍ସା ପରେ ଘରକୁ ଫେରିଲେ ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । 

ଖବର ଅନୁଯାୟୀ, ବୁଧବାର ରାତିରେ ମଙ୍ଗୁ ଖିଲ ନିଜ ଘର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର କଦମଗୁଡା ଠାରେ ରହିଥିବା ବେଳେ ଭୁବନେଶ୍ବର ଯିବା ଲାଗି ପ୍ରସ୍ତୁତ ହେଉଥିଲେ । ହେଲେ ଏହି ସମୟରେ ଏକ ସାପ ବିଧାୟକ ମଙ୍ଗୁ ଖିଲଙ୍କୁ କାମୁଡି ଥିଲା । ଯାହାପରେ ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ କୁଡୁମୁଲୁଗୁମ୍ମା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଆଉ ଏବେ ବିଧାୟକ ମଙ୍ଗୁ ଖିଲ ସୁସ୍ଥ  ହୋଇଛନ୍ତି । ଗୁରୁବାର ସକାଳେ ନିଜ ଘରକୁ ଫେରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.