ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ଟଳିଲେ ୮ ମାଓବାଦୀ

Published By : Prameya-News7 Bureau | June 15, 2024 IST

ମାଲକାନଗିରି ୧୫।୦୬ : ସୁରକ୍ଷା ବାହିନୀକୁ ବଡ଼ ସଫଳତା । ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଓ ନାରାୟଣପୁର ଜିଲ୍ଲା ଆବୁଜମାଡ଼ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ମାଓବାଦୀ ନିହତ ହୋଇଛନ୍ତି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । 

ଖବର ଅନୁଯାୟୀ, ଗତ ଦୁଇ ଦିନ ଧରି ଏହି ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଚାଲିଥିଲା । ନାରାୟଣପୁର, କୋଣ୍ଡାଗାଓନ୍, କାନକେର ଏବଂ ଡାଣ୍ଟେୱାଡା ଜିଲ୍ଲାର DRG, STF ଏବଂ ITBP ଯବାନ ମାନେ ଏହି ଆପରେସନରେ ସାମିଲ ରହିଥବା ଜଣାପଡିଛି l ତେବେ ବର୍ତ୍ତମାନ ସୁଦ୍ଧା ୮ ମାଓବାଦୀ ନିହତ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ରହିଛି । 

ସେପଟେ ଏବେବି ଆବୁଜମାଡର କୁଟୁଲ ଫାର୍ସବେଡା କୋଡାମେଟା ଅଞ୍ଚଳରେ ଯବାନଙ୍କ ମିଳିତ ଅପରେସନ ଜାରି ରହିଛି । ଅପରପକ୍ଷେ କିଛି ଯବାନ ମଧ୍ୟ ଆହତ ହୋଇଥିବା ଖବର ରହିଛି । ବର୍ତ୍ତମାନ ମଧ୍ୟ ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ଜାରି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.